Advertisment

Vigilance Raid In Boudh: ଭିଜିଲାନ୍ସ ଜାଲରେ ୨ ଲାଞ୍ଚୁଆ ଅଫିସର୍; ଛାଡିଦେବାକୁ କହି କାନ୍ଦି ପକାଇଲେ

ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Vigilance Raid

Vigilance Raid

ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ କାନ୍ଦିଲେ ଲାଞ୍ଚୁଆ ଅଫିସର୍ । ଛାଡିଦେବାକୁ କାନ୍ଦିକାନ୍ଦି ନେହୁରା ହେଲେ । ବୌଦ୍ଧରେ ଲାଞ୍ଚ ନେଇ ୨ ବୟନ ଶିଳ୍ପ ଇନ୍ସପେକ୍ଟର ଧରାପଡ଼ିଛନ୍ତି । ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ ଲାଗି ଲାଞ୍ଚ ନେଉଥିବାବେଳେ ରେଡ୍ କରିଥିଲା ଭିଜିଲାନ୍ସ । ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ, ଅଦିତ କୁମାର ଦାସ ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍।

Advertisment

ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ମାଡି ବସିଲା ବୌଦ୍ଧ ଭିଜିଲାନ୍ସ ଟିମ୍। ନଗଦ ଅର୍ଥ ସହ ଉଭୟ ଲାଞ୍ଚୁଆ ଅଫିସର୍ ଙ୍କୁ ଗିରଫ କରି କାର୍ଯ୍ୟାଳୟ ସମେତ ସେମାନଙ୍କ ଜଗାନନ୍ଦ ବିହାର ଓ ରଥସାହି ସ୍ଥିତ ଭଡାଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ।

ଅଧିକ ପଢ଼ନ୍ତୁ: ଆଉ ହେବନି ଆଳୁ ସଂକଟ! ନିଜ ଜମିରେ ଆଳୁ ଫଳାଇଲେ କୋରାପୁଟ ଚାଷୀ

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବାଉଁଶୁଣି ବୈଦ୍ୟନାଥପୁରଠାରେ ଥିବା ଗଜାନନ ତନ୍ତ ସମବାୟ ସମିତିକୁ ଆସିଥିବା ୧୩ଲକ୍ଷ ୩୧ହଜାର ଟଙ୍କା ଉଠାଇବା ଫିକେସନ ରିପୋର୍ଟରେ ଦସ୍ତଖତ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମବାୟ ସମିତିର ସମ୍ପାଦକ ପଞ୍ଚାନନ ମେହେର ଏ ନେଇ ବୌଦ୍ଧ ଭିଜିଲାନ୍ସ ବିଭାଗ ନିକଟରେ ଫେରାଦ ହୋଇଥିଲେ । ବୌଦ୍ଧ ଭିଜିଲାନ୍ସ ଟିମ୍ ପକ୍ଷରୁ ଆଜି ୨ଲାଞ୍ଚୁଆ ଇନ୍ସପେକ୍ଟରଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ବୟନ ଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଉକ୍ତ ଟଙ୍କା ଦେଇଥିଲେ। ଏହାପରେ ଉଭୟ ଟେକ୍ସଟାଇଲ ଇନ୍ସପେକ୍ଟର ଏହିଟଙ୍କା ଭାଗବଣ୍ଟା କରୁଥିବା ବେଳେ ଭିଜିଲାନ୍ସ ଟିମ ସେମାନଙ୍କୁ ମାଡ଼ି ବସିଥିଲା।

Advertisment

ଅଧିକ ପଢ଼ନ୍ତୁ: ଦାଉ ସାଧୁଛି ବର୍ଷା...ଟୋକନ୍ ମିଳୁନି, ରାସ୍ତାରେ ପଡ଼ିଛି ବସ୍ତା ବସ୍ତା ଧାନ

Vigilance Raid Boudh Bribe
Advertisment
Advertisment