• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଧ୍ୟଯୁଗୀୟ ବର୍ବର ପରଂପରାର ଝଲକ । ରାତି ଅନ୍ଧାରରେ ଗାଁ ଦାଣ୍ଡରେ ଡେଙ୍ଗୁରା ବାଜିଲା, ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ । ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ମିର୍ଦ୍ଧାପାଲିରେ ଗତକାଲି ରାତିରେ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ପରେ ବାସନ୍ଦ ସରୋଜ ରାଉତଙ୍କ ପରିବାର ଜୀବନ ପ୍ରତି ବିପଦ । ଭୟରେ ଘରେ ତାଲା ଦେଇ, ବିଲ ମଝିରେ ଥିବା ଧାନ ଖଳାରେ ପିଲାଛୁଆ ଧରି ଖରା କାକରରେ ପଡିଛନ୍ତି । କାହିଁକି ନା ତାଙ୍କୁ ନିଆଁ ପାଣି ବନ୍ଦ ।

କିଏ ଲୁଚିଛପି କଥା ହେଲେ, ତାକୁ ବି ଲାଗିବ ୫ ହଜାର ଫାଇନ୍ । ଗାଁ ମିଟିଂରେ ନିଷ୍ପତ୍ତି ପରେ ସାହି ସାହି ବୁଲି ଏକଥା ବଡ଼ ପାଟିରେ ଘୋଷଣା ଜଣାଇଥିବା ଡେଙ୍ଗୁରା ବାଲି ବି ମାନିଛନ୍ତି, ରାଉତ ପରିବାରକୁ ହୋଇଛି ବାସନ୍ଦ । ତେଣେ ପୋଲିସରେ ଅଭିଯୋଗ କଲେ ଆକ୍ରମଣ ଡରରେ ଥାନାର ଦ୍ୱାରସ୍ଥ ହେବାକୁ ମଙ୍ଗୁନାହାନ୍ତି ରାଉତ ପରିବାର ସଦସ୍ୟ ।

ଅଧିକ ପଢ଼ନ୍ତୁ: ଉଠିଲା ବାସନ୍ଦ; ପୁଣି ସ୍କୁଲ ଗଲେ, ଏକାଠି ବସିଲେ

ହାଇଟେକ୍ ଯୁଗରେ ପୁଣି ଡେଙ୍ଗୁରା ବଜାଇ ଦଣ୍ଡ କଙ୍ଗାରୁ କୋର୍ଟର ନିଷ୍ପତ୍ତିକୁ ଅନୁପାଳନ ପୋଲିସ ଦ୍ୱାରସ୍ଥ ହେବାକୁ ବି ଡର । ଏସବୁ ପଛର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବାସନ୍ଦ ପରିବାରର ଅଭିଯୋଗ ଅନୁସାରେ, ଗତ ୨୭ ତାରିଖରେ ମିର୍ଦ୍ଧାପାଲିରେ ସୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା ଗାଁ କମିଟିର ନିଷ୍ପତ୍ତି ଅନୁସାରେ ଏଠିକାର ମହାକାଳ କ୍ଲବ ସାଇକେଲ ଷ୍ଟାଣ୍ଡ ନିଲାମ ନେଇ ଫି ଆଦାୟ କରିଥିଲେ ।

ଆଦାୟ ଫିକୁ ନେଇ ଆପତ୍ତି ଉଠାଇଥିଲେ ଗାଁର ସରୋଜ ରାଉତ ସେଠି । ପ୍ରଥମେ ବଚସା ପରେ ଗତକାଲି କ୍ଲବ ପିଲାଙ୍କ ସହ ରାଉତ ପରିବାରର ପାଟିତୁଣ୍ଡ ହୋଇଥିଲା । ଏହାପରେ ରାତିରେ ବସିଥିଲା କଙ୍ଗାରୁକୋର୍ଟ । ସେଠାରେ ସଭା ମଝିରେ ପୁରା ରାଉତ ପରିବାରକୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ କୁହାଯାଇଥିଲା ।

ହେଲେ ସରୋଜଙ୍କ ପରିବାର ଏହା ଅବମାନନା କରିବାରୁ ତାଙ୍କୁ ହୋଇଛି ବାସନ୍ଦ ଦଣ୍ଡ । ବାସନ୍ଦ ସରୋଜଙ୍କ ପରିବାର ସଫା ସଫା କହିଛନ୍ତି-ପୂର୍ବ ନିର୍ବାଚନ ଶତ୍ରୁତାରୁ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏସବୁ ହୋଇଛି । ଏମିତିକି ପୋଲିସ୍ ପାଖକୁ ଗଲେ, ତାଙ୍କୁ ଆକ୍ରମଣ ଧମକ ଦିଆଯାଇଛି । ତେବେ ଉଭୟ ସ୍ଥାନୀୟ ସରପଞ୍ଚ ଓ ମହାକାଳ କ୍ଲବ ସଭାପତି କିନ୍ତୁ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ।

ପୋଲିସ୍ ପାଖରେ ସିନା ଖବର ନାହିଁ, ହେଲେ ଜିଲ୍ଲାପାଳ ଗଣମାଧ୍ୟମରୁ ଜାଣି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବାସନ୍ଦ ପରିବାରକୁ ଥଇଥାନ ସହ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ହେବ ବୋଲି କହିଛନ୍ତି... ।