/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681887008.jpg)
Jagabandhu Chand
‘ଏସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ । ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା ଦେଖାଇ ଆମ ମୁଣ୍ଡରେ ସେ ଅଠା ବୋଳିଛି । ଆଉ ତା’ ସହ କିଛି ଲୋକ ମଧ୍ୟ ମିଶି ଏପରି ଷଡ଼ଯନ୍ତ୍ର ରଚିଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଇ ରଖାଯାଇଛି, ତାଙ୍କୁ ଶୀଘ୍ର ବାହାର କରନ୍ତୁ । ’ ହନିଟ୍ରାପ୍ ବ୍ଲାକମେଲ୍ ମାମଲାରେ ମୁହଁ ଖୋଲିଲ ଅଭିଯୁକ୍ତ ଅର୍ଚ୍ଚନା ନାଗ (Archana Nag )ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ(Jagabandhu Chand) ।
କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ଜଗବନ୍ଧୁ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏହାସହ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଡାକ୍ତର କମ୍ କଥା କହିବା ପାଇଁ କହିଥିବା ସେ କହିଛନ୍ତି । ହେଲେ ସମୟ ଆସିଲେ ସବୁ କହିବୁ ବୋଲି ମଧ୍ୟ ସେ କହିଛନ୍ତି । ଏପଟେ ଜଗବନ୍ଧୁଙ୍କ ଅଭିଯୋଗ ନେଇ ଅକ୍ଷୟ ପରିଜା କିମ୍ବା ଶ୍ରଦ୍ଧାଞ୍ଜଳିଙ୍କ ପ୍ରତିକ୍ରିୟା ମିଳିପାରିନି ।
ସୂଚନାଯୋଗ୍ୟ ଅର୍ଚ୍ଚନା ନାଗଙ୍କୁ ଏପ୍ରିଲ୍ ୧୧ରେ ହାଇକୋର୍ଟଙ୍କ ପକ୍ଷରୁ ଜାମିନ ମିଳିଥିଲା। ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଥିଲେ। ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଥିଲେ । ଏଥିସହ ବାହାରକୁ ନଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା ।
ସେହିପରି ମାର୍ଚ୍ଚ ୧୫ ତାରିଖରେ ଜଗବନ୍ଧୁଙ୍କୁ ଜାମିନ ମିଳିଥିଲା । ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)