Advertisment

ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ

ରାଜ୍ୟରେ କାୟା ମେଲାଉଛି କରୋନା.. ଦିନକରେ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha reports 1043 new Covid-19 cases

Odisha reports 1043 new Covid-19 cases

ରାଜ୍ୟରେ ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦୪୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୦୯ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୪୩୪ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୩୩୫, କଟକରୁ ୨୦୫ ସଂକ୍ରମିତ ଚିହ୍ନଟ ହୋଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୧୭୫କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ କେସ୍ ସଂଖ୍ୟା ୪୮୨୫ ଥିବାବେଳେ ୧୨ ଲକ୍ଷ ୮୩ ହଜାର ୧୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨୦,ବରଗଡ଼ରୁ ୨, ଭଦ୍ରକରୁ ୭, ବଲାଙ୍ଗିରରୁ ୭,ବୌଦ୍ଧରୁ ୧୩, ଦେବଗଡ଼ରୁ ୪, ଗଜପତିରୁ ୧୦, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୬, କୋରାପୁଟରୁ ୪, ମୟୂରଭଂଜରୁ ୨୮, ନବରଙ୍ଗପୁରରୁ ୯, ନୟାଗଡରୁ ୧୯, ନୂଆପଡ଼ାରୁ ୯, ପୁରୀରୁ ୨୮, ରାୟଗଡ଼ାରୁ ୧, ସମ୍ବଲପୁରରୁ ୩୧, ସୋନପୁରରୁ ୩୨, ସୁନ୍ଦରଗଡରୁ ୧୦୬, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ଅନ୍ୟପକ୍ଷେ, ଆଜିଠାରୁ ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଦିଆଯିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେଉଛି । ଏହା ୭୫ ଦିନ ଧରି ଚାଲିବ । ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇଛନ୍ତି । ବାକି ଅବଶିଷ୍ଟ ୯୯ ପ୍ରତିଶତ ମାଗଣା ପ୍ରିକସନ୍ ଡୋଜ୍ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

COVID-19 Odisha COVID-19 Update
Advertisment
Advertisment