• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୀନର କୋଭିଡ୍ ସ୍ଥିତି ଅତି ସାଂଘାତିକ । ସଂକ୍ରମଣ ଏଭଳି ଢଙ୍ଗରେ ମାଡ଼ୁଛି ଯେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ । ତେଣୁ ହାତ ଟେକି ଦେଇଛନ୍ତି ଚୀନ ସରକାର । ଆଉ ଦୈନିକ ସଂକ୍ରମଣର ଗଣତି ହେଉନି କି କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ନାହିଁ । ସେହିପରି ସିଧାସଳଖ ନିମୋନିଆ କି ଫୁସଫୁସ୍ ସଂକ୍ରମଣ ଭଳି  କରୋନା ଲକ୍ଷଣରେ ମୃତ୍ୟୁ ନହେଲେ, ସଂକ୍ରମିତଙ୍କ ମୃତ୍ୟୁକୁ କୋଭିଡ୍ ଜନିତ ଧରାଯିବନି ବୋଲି ଚୀନ ସରକାର ଘୋଷଣା କରିଛନ୍ତି । ଚୀନର ଏଭଳି ଉଦବେଗଜନକ ସ୍ଥିତି ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଶଙ୍କା ବଢ଼ିଛି, ବିଶ୍ୱବ୍ୟାପୀ ପୁଣି ନୂଆ ଲହର ଆସିବନି ତ?

ସାଂଘାଇ ନିକଟବର୍ତ୍ତୀ ଝେଜିଆଙ୍ଗ ପ୍ରଦେଶ କଥା ଶୁଣିଲେ ବୁଝିଯିବେ ସ୍ଥିତି କେତେ ସଂଗୀନ । ସେଠାରେ ଦୈନିକ ୧୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି । ଉଦବେଗର କଥା ହେଉଛି, କିଛି ଦିନ ମଧ୍ୟରେ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇବ ବୋଲି ପ୍ରାଦେଶିକ ସରକାର ଆଶଙ୍କା କରୁଛନ୍ତି । ସାଢେ ୬ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ପ୍ରଦେଶରେ ସଂକ୍ରମଣ ଏବେ ଶିଖରରେ ରହିଛି । ତେବେ ମାତ୍ର ୧୩ ହଜାର ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ସଂକ୍ରମଣରେ କାହାର ମୃତ୍ୟୁ ହେଉଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରୁନାହାନ୍ତି ଚୀନି ସରକାର ।

ଅଧିକ ପଢ଼ନ୍ତୁ: କୋଭିଡ୍‌ ସଂକ୍ରମଣର ଦୈନିକ ତଥ୍ୟ ଦେବନି ଚାଇନା

କରୋନାର ଭୟଙ୍କର ରୂପ ଚୀନ ସରକାରକୁ ଅସହାୟ କରିଦେଇଛି । କେବଳ ନିରବରେ ସଂକ୍ରମଣ ମାଡ଼ୁଥିବା ଦେଖିବା ବ୍ୟତୀତ ସି. ଜିନପିଙ୍ଗ ପ୍ରଶାସନ ନିକଟରେ ଅନ୍ୟ ବିକଳ୍ପ ନାହିଁ । ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେଉଥିବାରୁ ଟେଷ୍ଟିଂ ବନ୍ଦ କରିଦେଇଥିଲେ ଚୀନ ସରକାର । ପରେ କ୍ୱାରେଣ୍ଟିନ୍ ବ୍ୟବସ୍ଥାକୁ ବି ଉଠାଇ ଦିଆଗଲା । ଏବେ କରୋନା ମୃତ୍ୟୁ ନିୟମରେ ବି ପରିବର୍ତ୍ତନ କରାଯାଇଛି ।

ଯେଉଁମାନଙ୍କର ନିମୋନିଆ କିମ୍ବା ଲଙ୍ଗ୍ସ ଇନଫକ୍ସନରେ ମୃତ୍ୟୁ ହେବ, ତାକୁହିଁ କେବଳ କରୋନା ମୃତ୍ୟୁ ଭାବରେ ବିବେଚନା କରାଯିବ । ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ମଧ୍ୟ ତାକୁ କରୋନା ମୃତ୍ୟୁ ହିସାବରେ ଗଣାଯିବ ନାହିଁ । ସେପଟେ ଟେଷ୍ଟିଂ ବନ୍ଦ ଥିବାରୁ କେତେ ସଂକ୍ରମିତ ହେଉଛନ୍ତି, କେତେ ଲୋକଙ୍କର ମୃତ୍ୟୁ ହେଉଛି, ଚୀନ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସେ ସଂପର୍କିତ ତଥ୍ୟ ଦେଇପାରୁନାହାନ୍ତି । ବିଶାଳ ଜନସଂଖ୍ୟାର ଏକ ବୃହତ୍ ଭାଗ ସଂକ୍ରମିତ ହେଉଥିବାରୁ ବାସ୍ତବ ତଥ୍ୟ ପ୍ରଦାନ ସମ୍ଭବ ନୁହେଁ ବୋଲି WHO ପକ୍ଷରୁ କୁହାଯାଇଛି ।

ଦେଖନ୍ତୁ ଭିଡ଼ିଓ: ବଢିଲା ଟେନସନ୍‌...ଓଡିଶାକୁ ଆସିଲା କରୋନାର ନୂଆ ଭାରିଏଣ୍ଟ !