Advertisment

'ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେଟ୍‌ କର'

କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍‌ ଆଡଭାଇଜରି।

ଅଦ୍ୟତନ ହୋଇଛି
Odisha Corona Update

Covid 19

Advertisment

କୋଭିଡ଼ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପରାମର୍ଶ। ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବାକୁ ସରକାର ଆଡଭାଇଜରି ଜାରି କରିଛନ୍ତି। କିଛି ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେସନ ପାଇଁ ପରାମର୍ଶ ଦେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି।ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି। 

Advertisment

କୋଭିଡ଼ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକରେ ଚାଲିଥିବା ଟେଷ୍ଟିଂ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି। ଏବେ ରାଜ୍ୟରେ ଦିନକୁ ୧୫ କେସ୍, ହସ୍ପିଟାଲରେ ୫୪ ରୋଗୀ ରହିଛନ୍ତି। ଏବେ ୩ ପ୍ରମୁଖ ମେଡିକାଲ କଲେଜରେ ୨୦ ଲେଖାଏଁ ବେଡ୍ ପ୍ରସ୍ତୁତ ରହିଛି। ପରିସ୍ଥିତି ଉପରେ ନଜର ରଖି ପରେ ବେଡ୍ ସଂଖ୍ୟା ଆଉ ୨୦ ବୃଦ୍ଧି ହେବ। ସବୁ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲରେ ୨୭ରେ ହେବ ମକ୍ ଡ୍ରିଲ୍। ରୋଗୀ ସଂଖ୍ୟା ବଢ଼ିଲେ କିଭଳି ଚିକିତ୍ସା ବ୍ୟବସ୍ଥା ହେବ, ମକଡ୍ରିଲ୍ କରାଯିବ। 

ହକି ବିଶ୍ୱକପ୍ ପାଇଁ ୩ଟି ସହରରେ ଅଧିକ ଟେଷ୍ଟିଂ ବ୍ୟବସ୍ଥା ରହିବ। ଭୁବନେଶ୍ୱର, ରାଉରକେଲା ଏବଂ କଟକ ପାଇଁ ଅଧିକ ୩ଟି ଗାଡ଼ି ରହିବ। ୩ ସହର ପାଇଁ ଆବଶ୍ୟକ ହେଲେ ଅତିରିକ୍ତ ଷ୍ଟାଫ୍ ରଖିବାକୁ ପରାମର୍ଶ ଦିଆଯାଇଛି। ୩ ସହରର ସମସ୍ତ UPHC ଓ UCHCରେ ଟେଷ୍ଟିଂ ବ୍ୟବସ୍ଥା ରହିବ। UPHC ଓ UCHCରେ ଆଣ୍ଟିଜେନ୍ ଓ RT-PCR ଟେଷ୍ଟ ବ୍ୟବସ୍ଥା ରହିବ। ଏ ସମସ୍ତ ହସ୍ପିଟାଲ ସାମ୍ନାରେ କୋଭିଡ ଟେଷ୍ଟିଂ ଉପଲବ୍ଧ ଲେଖା ଲଗାଯିବ। 

Advertisment

ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟ ସରକାରଙ୍କ ସହ ମିଟିଂ ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି। ଗହଳି ଏଡ଼ାଇବା, ଗହଳି ଜାଗାରେ ମାସ୍କ ପରିଧାନ ନିଶ୍ଚିତ କରିବା ପାଇଁ କୁହାଯାଇଛି। 

ଅଧିକ ପଢ଼ନ୍ତୁ: ଫିକା ପଡ଼ିବ କି ନୂଆବର୍ଷ? ଆସିବ କୋଭିଡ୍‌ ଗାଇଡଲାଇନ୍‌!

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ କରୋନାର ନୂଆ ଭ୍ୟାରିଆଣ୍ଟକୁ ବୁଷ୍ଟର ଡୋଜ ପ୍ରତିହତ କରିପାରିବ। ୨୮ ନଭେମ୍ବରରୁ ସରକାରୀ ଟୀକାକାରଣ ବନ୍ଦ ରହିଛି। କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ଅନୁରୋଧ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଡୋଜ ଟିକା ଦିଆସରିଛି। ପ୍ରିକସନ ଡୋଜ ନେଇଥିବା ଲୋକେ ସୁରକ୍ଷିତ। ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟୀକା ଦିଆଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ।  

Advertisment
Coronavirus COVID-19 Odisha Covid Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ