• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମସ୍ତଙ୍କୁ ଲୋଡ଼ା ନାହିଁ ନାଜାଲ ଭାକ୍ସିନ୍‌ । ବୁଷ୍ଟର ଡୋଜ୍‌ ବା ପ୍ରିକସନ୍‌ ଡୋଜ୍‌ ନେଇଥିଲେ ନାଜାଲ ଭ୍ୟାକ୍ସିନ୍‌ ଆବଶ୍ୟକ ନାହିଁ । ଏନେଇ ଦେଶର ଭ୍ୟାକ୍ସିନ୍‌ ଟାସ୍କ ଫୋର୍ସ ମୁଖ୍ୟ ଏକ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

ଗତ ସପ୍ତାହରେ କୋଭିଡ୍ ନାଜାଲ ଭ୍ୟାକ୍ସିନ୍‌ ଇନ୍‌କୋଭାକ୍‌ ବଜାର ପ୍ରବେଶ କରିଛି । ଏହାକୁ ପ୍ରଥମ ବୁଷ୍ଟର ଡୋଜ୍‌ ଭାବେ ଗ୍ରହଣ କରାଯାଇଛି । ତେଣୁ ଯଦି ଜଣେ ବ୍ୟକ୍ତି ପୂର୍ବରୁ ବୁଷ୍ଟର ଡୋଜ୍‌ ନେଇସାରିଥିବେ ତେବେ ସେମାନଙ୍କ ପାଇଁ ଏହି ନାଜାଲ ଭ୍ୟାକ୍ସିନ୍‌ ଇନ୍‌କୋଭାକ୍‌ ଆବଶ୍ୟକ ନାହିଁ । ଯେଉଁମାନେ ବିଲ୍‌କୁଲ ବି ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନଙ୍କୁ ଏହି  ନାଜାଲ ଭ୍ୟାକ୍ସିନ୍‌ ରେକମେଣ୍ଡ କରାଯାଉଛି ବୋଲି କହିଛନ୍ତି ଡାକ୍ତର ଏନ୍‌କେ ଆରୋରା ।

ଡା. ଆରୋରା ହେଉଛନ୍ତି କୋଭିଡ୍ ୱାର୍କିଂ ଗ୍ରୁପ୍‌ NTAGI ର ମୁଖ୍ୟ । ଏହି ସଂସ୍ଥା ନୂଆ  ଭ୍ୟାକ୍ସିନ୍‌ ଉପରେ କାମ କରିଥାଏ । ଏହାସହ ବିଶ୍ୱରେ କିଭଳି ଲୋକମାନଙ୍କ ରୋଗପ୍ରତିରୋଧକ  ଶକ୍ତି ବୃଦ୍ଧି ହେବ ସେନେଇ ଏହି ସଂସ୍ଥା କାମ କରୁଛି ।

ଅଧିକ ପଢ଼ନ୍ତୁ: ୮ଶହ ଟଙ୍କାରେ ମିଳିବ ନାଜାଲ ଭ୍ୟାକସିନ୍

ତେବେ ଡାକ୍ତର ଆରୋରା ଆହୁରି କହିଛନ୍ତି ଯେ, ଏବେ ସୁଦ୍ଧା କାହାକୁ ଚତୁର୍ଥ ଡୋଜ୍‌ ଦେବା ପାଇଁ ପରାମର୍ଶ ଦିଆଯାଇ ନାହିଁ । ପ୍ରତ୍ୟେକ ଡୋଜ ଆଣ୍ଟିଜେନ୍‌ ସିଙ୍କ୍‌ ଭଳି କାମ କରେ । ଯଦି ଜଣେ ବ୍ୟକ୍ତି ବାରମ୍ବାର ଏଭଳି ଡୋଜ୍‌ ଗ୍ରହଣ କରେ ବା ଜଣେ ବ୍ୟକ୍ତିକୁ ଯଦି ବାରମ୍ବାର ବାରମ୍ବାର ଏଭଳି ବୁଷ୍ଟର ଦିଆଯାଏ ତେବେ ଉକ୍ତ ବ୍ୟକ୍ତିର ଶରୀରରେ ତାହା କାମ କରିବା ବନ୍ଦ କରିଦିଏ । ଅଥବା ମଣିଷ ଶରୀରରେ ତାହା ଖୁବ୍‌ ଧିରେ ଧିରେ କାମ କରିବ ।

ତେଣୁ ପ୍ରତ୍ୟେକ ଟିକାକୁ ୬ ମାସ ଅନ୍ତରରେ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଲୋକମାନେ ତାକୁ ୩ ମାସ ଅନ୍ତରରେ ଗ୍ରହଣ କରିଛନ୍ତି । ଯେଉଁଥିପାଇଁ କି ତାହା ସଠିକ୍‌ ଭାବେ ଶରୀରରେ କାମ କରିନଥାଏ ବା ଯେତିକି ମାତ୍ରାରେ କାମ କରିବା କଥା ତାହା କରିନଥାଏ । ତେଣୁ ଏବେ ଚତୁର୍ଥ ଡୋଜ୍‌ ନେବା କିଛି ଆବଶ୍ୟକ ନାହିଁ।