• Astrospeak
  • Live TV
  • Read In English

COVID-19 Update: ରାଜ୍ୟରେ ବଢୁଛି କରୋନା, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪

ରାଜ୍ୟରେ ଏବେ ପୁଣି ଉପରମୁହାଁ କରୋନା। ଗତକାଲି ଗୋଟିଏ ଦିନରେ ସାମ୍ନାକୁ ଆସିଛନ୍ତି ୪ ଜଣ ନୂଆ ରୋଗୀ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆ ୪ ରୋଗୀଙ୍କୁ ମିଶାଇ ଚଳିତ ବର୍ଷ ଏଯାଏଁ କୋଭିଡ୍ ରୋଗୀଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି ।

corona
corona

ରାଜ୍ୟରେ ଏବେ ପୁଣି ଉପରମୁହାଁ କରୋନା। ଗତକାଲି ଗୋଟିଏ ଦିନରେ ସାମ୍ନାକୁ ଆସିଛନ୍ତି ୪ ଜଣ ନୂଆ ରୋଗୀ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆ ୪ ରୋଗୀଙ୍କୁ ମିଶାଇ ଚଳିତ ବର୍ଷ ଏଯାଏଁ କୋଭିଡ୍ ରୋଗୀଙ୍କ ସଂଖ୍ୟା ୪୯ରେ ପହଞ୍ଚିଛି । ଅପରପକ୍ଷେ ଅନ୍ୟ ୩ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୧୫ରେ। ଅର୍ଥାତ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ଏବେ ୩୪ ରହିଛି।

ଅଧିକ ପଢ଼ନ୍ତୁ: କରୋନାକୁ ନେଇ ସଂସଦରୁ ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ସେହିପରି ଦେଶରେ ଏବେ କୋଭିଡ୍ ରୋଗୀଙ୍କ ସଂଖ୍ୟା ୬ ହଜାର ପାର୍ କରିଛି। ୬ ହଜାର ୧୩୩ ଜଣ କୋଭିଡ୍ ପଜିଟିଭ ରହିଛନ୍ତି ଦେଶରେ। ୨୪ ଘଣ୍ଟାରେ ଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୪ ଘଣ୍ଟାରେ ଦେଶରେ ୩୭୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏବେ ଉପରମୁହାଁ ହୋଇଛି କରୋନା । କେରଳରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୧୩ରେ ପହଞ୍ଚିଛି । ମହାରାଷ୍ଟ୍ରରେ ୫୯୫, ଗୁଜରାଟରେ ୮୨୨ ଓ ଦିଲ୍ଲୀରେ ୬୮୬ ଜଣ କୋଭିଡ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

ସ୍ଥିତିକୁ ଦେଖି ପବ୍ଲିକ୍ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର । ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକୁ ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍ ମୁକାବିଲା ଲାଗି ଅକ୍ସିଜେନ ଯୋଗାଣ ବ୍ୟବସ୍ଥା ସହ ଡାକ୍ତରଖାନା କେତେ ପ୍ରସ୍ତୁତ ଅଛନ୍ତି, ତାହାର ମକ୍‌ଡ଼୍ରିଲ୍‌ ବି ହୋଇଛି ।

ଅଧିକ ପଢ଼ନ୍ତୁ: ଦେଶରେ ୪ ହଜାର ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା