• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଭିଡ୍ ମହାମାରୀର ମୁକାବିଲା ପାଇଁ ଦେଶକୁ ମିଳିଲା ନୂଆ ଅସ୍ତ୍ର । ଆଜି ଲଂଚ ହୋଇଛି ଭରତ ବାୟୋଟେକ ଦ୍ୱାରା ବିକଶିତ ନାଜାଲ ଭ୍ୟାକ୍ସିନ୍ ଇନକୋଭାକ ।

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ନାଜାଲା ଭ୍ୟାକ୍ସିନକୁ ଲଞ୍ଚ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ଏହା ବିଶ୍ୱର ପ୍ରଥମ ଇଣ୍ଟ୍ରା-ନାଜାଲ ବା ଅନ୍ତର୍ନାସିକା ଟିକା । ଯାହା କୋଭିଡ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଯୋଗୀ ।

ସ୍ୱଦେଶୀ ର୍ନିମିତ ଏହି ଭ୍ୟାକ୍ସିନକୁ ସରକାରୀ ଡାକ୍ତରଖାନରେ ଟିକା ପିଛା ୩୨୫ ଟଙ୍କା ଏବଂ ଘରୋଇ ଭାବେ ୮୦୦ ଟଙ୍କାରେ ବିକ୍ରି ନେଇ ଡିସେମ୍ବରରେ ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଟିକାକୁ ସହଜରେ ନାକ ବାଟେ ଦିଆଯାଇପାରିବ । ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନିରୀକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି । ଏହାକୁ ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମୋଦନ ଦେଇଥିଲା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-CDSCO ।

ଅଧିକ ପଢ଼ନ୍ତୁ: ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା

କୋଭିଡ୍ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ । କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରୁ ଯେକୌଣସି ଟିକାକୁ ପ୍ରଥମ ୨ ଡୋଜ୍ ନେଇଥିଲେ ବି, ତୃତୀୟ ଡୋଜ୍ ବା ବୁଷ୍ଟର୍ ଡୋଜ୍ ଭାବେ ନାଜାଲ୍ ଭ୍ୟାକ୍ସିନକୁ ନେଇ ହେବ । ୪ ସପ୍ତାହ ବ୍ୟବଧାନରେ ଏହାର ୨ଟି ଡୋଜ୍ ନେବାକୁ ପଡ଼ିବ । ଏହା ଏବେ କୋ-ଓ୍ୱିନ ଆପରେ ଉପଲବ୍ଧ ରହିଛି । ଏହାକୁ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ନେଇପାରିବେ । ନାକରେ ଦିଆଯାଉଥିବା ଏହି ଭାକ୍ସିନ ବୁଷ୍ଟର ଡୋଜ ଭାବେ କାମ କରିବ ।