/odishatv-khabar/media/media_files/2025/11/12/shivraj-singh-chouhan-2025-11-12-11-35-04.jpg)
Shivraj Singh Chouhan Photograph: (OTV)
ପାହାଳ ରସଗୋଲା ଖାଇ ଖୁସିରେ ବିଭୋର ହେଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଓଡିଶା ଗସ୍ତରେ ଆସିଥିବା ବେଳେ ପାହାଳଠାରେ ଥିବା ତାରିଣୀ ମିଷ୍ଟାନ୍ନ ଭଣ୍ଡାର ଆସି ରସଗୋଲା ଖାଇଥିଲେ। ଏହାର ସ୍ବାଦକୁ ନେଇ ବେଶ ପ୍ରଶଂସା ମଧ୍ୟ କରିଥିଲେ କେନ୍ଦ୍ରମନ୍ତ୍ରୀ।
ଏକ କାର୍ଯ୍ୟକ୍ରମରେ ସେ କଟକରୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ବରେ ଥିବା ମିଠା ଦୋକାନକୁ ଆସିଥିଲେ। ତାଙ୍କ ସହିତ ଥିଲେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଉଭୟଙ୍କୁ ଗରମ ଗରମ ରସଗୋଲା ବଢାଇ ଦେଇଥିଲେ ବ୍ୟବସାୟୀ। ନିଜ ଏକ୍ସ ହ୍ୟାଣ୍ଡଲରେ ଏହାର ଏକ ଭିଡିଓ ପୋଷ୍ଟ କରିବା ସହିତ ଏହାର ସ୍ବାଦ ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ରସଗୋଲା ବହୁତ ନରମ ଓ ସ୍ବାଦିଷ୍ଟ ଥିବା ସେ ଉଲ୍ଲେଖ କରିଛନ୍ତି। ଏପରିକି ଖାଇ ସାରିବାପରେ ସାଥିରେ ମଧ୍ୟ ପାହାଳ ରସଗୋଲା ନେଇଥିଲେ। ସେପଟେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ରସଗୋଲା ହିଁ ଓଡିଶାର ପରିଚୟ ବୋଲି ସେ କହିଛନ୍ତି।
• ପାହାଳ ରସଗୋଲା ଖାଇଲେ କେନ୍ଦ୍ରମନ୍ତ୍ରୀ
• ସ୍ବାଦକୁ ପ୍ରଶଂସା କରିବା ସହ ସାଥିରେ ମଧ୍ୟ ନେଲେ
• ସୋସିଆଲ ମିଡିଆରେ ରସଗୋଲା ଭିଡିଓ ପୋଷ୍ଟ କଲେ
• ରସଗୋଲା ଓଡିଶାର ପରିଚୟ : କେଭି
Audience Attacks Actor: ଜୀବନ୍ତ ଅଭିନୟକୁ ଦେଖି ହିତାହିତ ଜ୍ଞାନ ହରାଇଲେ ଦର୍ଶକ: ଚେୟାର ଫିଙ୍ଗିଲେ, କଳାକାରଙ୍କୁ ମାଡ଼ ମାରିଲେ

Jaish-e-Mohammed Connection Exposed: ଲାଲକିଲ୍ଲାକୁ କିଏ କଲା ରକ୍ତ ରଞ୍ଜିତ? ଇଏ ସେଇ ମାଷ୍ଟରମାଇଣ୍ଡ୍

Water Crisis: ଡିସେମ୍ବରରେ ଆସୁଛି ମହା ପ୍ରଳୟ, ଧ୍ବଂସ ହୋଇଯିବ ସହର

Tears, Loss and Anguish: ଲାଲକିଲ୍ଲା ଭୟଙ୍କର ବିସ୍ଫୋରଣରେ ଛାରଖାର ପରିବାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)