/odishatv-khabar/media/post_attachments/uploadimage/library/16_9/16_9_0/britain_1747819065.jpg)
britain
ଭାରତକୁ ସୁନାର ଚଢେଇ କୁହାଯାଉଥିଲା। ଅତ୍ୟନ୍ତ ବୈଭବଶାଳୀ ଭାରତକୁ ପ୍ରାୟ ୨୦୦ ବର୍ଷ ଶାସନ କରିବା ସହ ଲୁଟ କରିଥିଲେ ଇଂରେଜ । ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ୟବସାୟ ପାଇଁ ଭାରତ ଆସିଥିବା ବେଳେ ଭାରତକୁ ସମ୍ପୂର୍ଣ୍ଣ ଭାବେ ଲୁଟି ନେଇଥିଲେ। ଇଂରେଜମାନେ ଭାରତ ଛାଡିବା ବେଳକୁ ଭାରତକୁ ବିଶ୍ବର ଅନ୍ୟତମ ଦରିଦ୍ର ରାଷ୍ଟ୍ରରେ ପରିଣତ କରି ଦେଇଥିଲେ। ତେବେ ବିଂଶ ଶତାବ୍ଦୀରେ ଭାରତ ବିଶ୍ବଗୁରୁ ସାଜିଥିବା ବେଳେ ଜଣେ ଭାରତୀୟ ବତ୍ତର୍ମାନ ବ୍ରିଟେନର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ଏପରିକି ବ୍ରିଟେନର ମହାରାଣୀଙ୍କ ଠାରୁ ମଧ୍ୟ ତାଙ୍କ ନିକଟରେ ଅଧିକ ସମ୍ପତ୍ତି ରହିଛି।
ଟାଇମ୍ସ ମାଗାଜିନ ପକ୍ଷରୁ ବ୍ରିଟେନର ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି । ୨୦୨୫ରେ ପ୍ରକାଶିତ ଏହି ତାଲିକାରେ ଜଣେ ଭାରତୀୟ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଭାରତୀୟ ବ୍ୟକ୍ତି ଗୋପୀଚାନ୍ଦ ହିନ୍ଦୁଜା ଓ ତାଙ୍କ ପରିବାର ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି। ହିନ୍ଦୁଜା ପରିବାରର ସମୁଦାୟ ସମ୍ପତ୍ତିର ପରିମାଣ ୩୩ ଲକ୍ଷ ୬୭ ହଜାର କୋଟି ଟଙ୍କା ରହିଛି। ଏହା ସହିତ ଡେଭିଡ ଓ ସାଇମନ ରୁବେନ ପରିବାରକୁ ପଛରେ ପକାଇଛନ୍ତି। ଡେଭିଡ ଓ ସାଇମନ ରୁବେନ ପରିବାର ଠାରୁ ୮ ହଜାର କୋଟି ଟଙ୍କାର ଅଧିକ ସମ୍ପତ୍ତି ହିନ୍ଦୁଜାଙ୍କ ନିକଟରେ ରହିଛି।
ଅଧିକ ପଢ଼ନ୍ତୁ: ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ଆଜି ୟୁଏଇ ଯିବ ସର୍ବଦଳୀୟ ପ୍ରତିନିଧି ଦଳ
ଉଲ୍ଲେଖଯୋଗ୍ୟ ଯେ, ଗୋପୀଚାନ୍ଦ ହିନ୍ଦୁଜା ବର୍ତ୍ତମାନ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ରହିଛନ୍ତି। ହିନ୍ଦୁଜା ଗ୍ରୁପ ଟ୍ରକ, ଲୁବ୍ରିକାଣ୍ଟ, ବ୍ୟାଙ୍କିଙ୍ଗ ଓ ଟିଭି ସେକ୍ଟରରେ ସେବା ପ୍ରଦାନ କରିଥାଏ। ବଡଭାଇ ଶ୍ରୀଚନ୍ଦ ହିନ୍ଦୁଜାଙ୍କ ପରଲୋକ ପରେ ୨୦୨୩ରେ ଗୋପୀଚାନ୍ଦ ଏହି ଗ୍ରୁପର ଦାୟିତ୍ବ ଗ୍ରହଣ କରିଥିଲେ। ଏହା ବ୍ୟତୀତ ହିନ୍ଦୁଜା ଗ୍ରୁପ ଲଣ୍ଡନରେ ରିୟଲ ଇଷ୍ଟେଟ ବ୍ୟବସାୟ ସହ ମଧ୍ୟ ଜଡିତ। ପ୍ରସିଦ୍ଧ ରାଫେଲ ଲଣ୍ଡନ ହୋଟେଲ ଓ ହ୍ବାଇଟ ହଲର ଐତିହାସିକ ଅଫିସ ବିଲ୍ଡିଂରେ ଏହାର ସମ୍ପତ୍ତି ରହିଛି।
ଭାରତରେ ଜନ୍ମିତ ଗୋପୀଚାନ୍ଦ ୧୯୫୯ ମସିହାରେ ମୁମ୍ବାଇର ଜୟ ହିନ୍ଦ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ବ୍ରିଟେନର ୱେଷ୍ଟମିନଷ୍ଟର ବିଶ୍ବବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ରିଚମଣ୍ଡ କଲେଜରୁ ଆଉ ଏକ ଡକ୍ଟରେକ୍ଟ ଡିଗ୍ରୀ ହାସଲ କରିବା ପରେ ୧୯୮୪ରେ ତାଙ୍କ ନେତୃତ୍ବରେ ହିନ୍ଦୁଜା ଗ୍ରୁପ ଗଲ୍ଫ ଅଏଲକୁ ଅଧିଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ ମାତ୍ର ୩ ବର୍ଷ ପରେ ଏହା ଅଶୋକ ଲେଲ୍ୟାଣ୍ଡକୁ କିଣିଥିଲା। ଗୋପୀଚାନ୍ଦଙ୍କ ସାନ ଭାଇ ପ୍ରକାଶ ବର୍ତ୍ତମାନ ମୋନାକୋରେ ରହୁଥିବା ବେଳେ ସବୁଠୁ ସାନ ଅଶୋକ ମୁମ୍ବାଇରେ ରହି ଭାରତରେ ବ୍ୟବସାୟ ଦେଖନ୍ତି। ଦୀର୍ଘ ବର୍ଷ ଧରି ଭାଇ ମାନଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ରହିଥିବା ବେଳେ ୨୦୨୨ରେ ସମସ୍ତେ ସହମତି ପ୍ରକାଶ କରିବା ସହ ଏକତ୍ର ରହିବାକୁ ନିଷ୍ପତ୍ତି ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)