Advertisment

Gold Prices Hike: ବିବାହ ଋତୁ ଆରମ୍ଭରୁ ସୁନା ଦରରେ ନିଆଁ; ଚିନ୍ତାରେ ଗ୍ରାହକ

ଗତକିଛି ଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ନିରାପଦ ନିବେଶ ଚାହୁଁଥିବା ପୁଞ୍ଜିପତିମାନେ ସୁନା ଆଡକୁ ମୁହାଁଉ ଥିବାରୁ ହୁହୁହୋଇ ପୁଣି ବଢ଼ିବାରେ ଲାଗିଛି ଦର ।

ଅଦ୍ୟତନ ହୋଇଛି
Gold Price

Gold Price

Advertisment

ହୁ ହୁ ହୋଇ ବଢ଼ୁଛି ସୁନାଦର । ଗତ ୫ ଦିନରେ ବଢ଼ିଲାଣି ୩ ହଜାର ଟଙ୍କା । ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୩, ୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ରହିଛି ୮୦ ହଜାର ଟଙ୍କା । ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ପୁଣି ଗ୍ରାହକଙ୍କର ଚିନ୍ତା ବଢ଼ାଇଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟର ପରେ ସୁନା ଦରରେ ହଠାତ୍‌ ବଡ଼ ଧରଣର ହ୍ରାସ ହୋଇଥିଲା । ଏହାକୁ ମାତ୍ର ଦୁଇମାସ ନପୁରୁଣୁ ପୁଣି ସୁନା ଦର ଉପର ମୁହାଁକୁ ନେଇ ଚିନ୍ତାରେ ସୁନା ପ୍ରେମୀ ।

Advertisment

ଗତକିଛି ଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ତିକ୍ତତା ଯୋଗୁ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ନିରାପଦ ନିବେଶ ଚାହୁଁଥିବା ପୁଞ୍ଜିପତିମାନେ ସୁନା ଆଡକୁ ମୁହାଁଉ ଥିବାରୁ ହୁ ହୁ ହୋଇ ପୁଣି ବଢ଼ିବାରେ ଲାଗିଛି ଦର । ବିଗତ ଗୋଟିଏ ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଶହେ ଡଲାର ବୃଦ୍ଧି ପାଇଛି । ସେହିପରି ଭାରତରେ ବି ୨୪ କ୍ୟାରେଟ ସୁନାର ମୂଲ୍ୟ ୮୦ ହଜାର ପାର କରିଛି । ଚେନ୍ନାଇ, ମୁମ୍ବାଇ, କୋଲକାତା, ଦିଲ୍ଲୀ ଭଳି ମେଟ୍ରୋ ସିଟିରେ ବି ଦର ଅଚାନକ ଭାବେ ପୁଣି ବଢିଛି ।

ଗତ ୫ଦିନ ହେବ ଘରୋଇ ବଜାରରେ ସୁନାର ଦର ବୃଦ୍ଧି ହେଉଛି । ଏଭଳି ସ୍ଥଳେ ବିବାହ ଓ ପର୍ବପର୍ବାଣୀ ପାଇଁ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡୁଛି । ଗୋଟିଏ ପଟେ ସୁନା ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟିଥିବାରୁ ସୁନା ଆମଦାନୀ କ୍ଷେତ୍ରରେ ଭାରତକୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡୁଛି। ଯେଉଁଥିପାଇଁ ସୁନା ଦର ବଢିଚାଲିଥିବା ବେଳେ ଆଗକୁ ଏଥିରେ ଆହୁରି ବୃଦ୍ଧିର ସମ୍ଭାବନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଛି ଗୋଲ୍ଡ ଲୋନ୍ ସଂଖ୍ୟା; ଜାଲିଆତି ଆଶଙ୍କା କଲା RBI

Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ