/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754918671.jpg)
Gold Prices
ଟ୍ରମ୍ପଙ୍କ ଟାରିଫ୍ ମାଡ଼ ପରେ ହୁ ହୁ ହୋଇ ବଢୁଛି ସୁନା ଦର । ଗରିବଠୁ ମଧ୍ୟବିତ୍ତ, ସମସ୍ତଙ୍କୁ ଛାନିଆ କରୁଛି ସୁନାବିଶେଷକରି ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ପରେ ରେକର୍ଡ ଭାଙ୍ଗିଛି ସୁନା ଦର । ରବିବାର ଦିନ ଘରୋଇ ବଜାରରେ ସୁନା ଦର ନୂଆ ଶିଖର ଛୁଇଁଛି ।
ଦିଲ୍ଲୀରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୩ ହଜାର ୪୦ ଟଙ୍କାରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ୱରରେ ବି ସମାନ ରହିଛି ୨୪ କ୍ୟାରେଟ ସୁନା । ୨୨ କ୍ୟାରେଟ ସୁନା ୯୪ ହଜାର ୪୫୦ ଟଙ୍କା ରହିଛି । ମାତ୍ର ସପ୍ତାହେ ଭିତରେ ୨ ହଜାର ୬୮୯ ଟଙ୍କା ବଢିଛି ସୁନା । ଆଉ ଯଦି ରୂପା କଥା କହିବା, ଏବେ ଭୁବନେଶ୍ୱରରେ କେଜି ପିଛା ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି ରୂପା ।
ଅନ୍ତର୍ଜାତୀୟ ବଜାରରେ ଉପରମୁହାଁ ରହିଛି ସୁନା ଦର । ଗତବର୍ଷ ସୁଦ୍ଧା ସୁନା ଆଉନ୍ସ ପ୍ରତି ୪୦୦୦ ଡଲାର୍ ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ଏକ୍ସପର୍ଟ । ମାର୍କେଟ ଏକ୍ସପର୍ଟଙ୍କ ମତରେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉତ୍ତେଜନା, ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ସହ ଟ୍ରମ୍ପଙ୍କ ଟାରିଫ୍ ସୁନା ଦର ବଢିବାର ମୁଖ୍ୟ କାରଣ ।
ଭାରତରେ ସୁନା କେବଳ ଏକ ଗହଣା ନୁହେଁ, ଏହା ଆମର ସଂସ୍କୃତି ସହ ଜଡିତ । ବିବାହ, ବ୍ରତ ହେଉ ଅବା କୌଣସି ପର୍ବପର୍ବାଣି, ସୁନା କିଣାଯାଏ । କିନ୍ତୁ ବଢୁଥିବା ସୁନା ରେଟ୍ ଦେଖି ଦୋକାନ ଯିବାକୁ ଡରୁଛନ୍ତି ଗ୍ରାହକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)