Advertisment

Blue Tea:ଆପଣଙ୍କ ବଗିଚାରେ ଅଛି ଏହି ଫୁଲ, ଚା କରି ପିଅନ୍ତୁ... ମିଳିବ ଏତେ ଫାଇଦା ଯେ ଗଣିପାରିବେନି

ଅପରାଜିତା ଫୁଲରୁ ତିଆରି ହେଉଥିବା ଏହି ବ୍ଲୁ ଟି ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ। ଏହି ବ୍ଲୁ ଟି ପିଇ ସକାଳର ଆରମ୍ଭ କଲେ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଥାଏ।

author-image
Manasranjan Mohanty
blue tea

blue tea

ସକାଳର ଆରମ୍ଭ ଅଧିକାଂଶ ଲୋକେ ଦୁଗ୍ଧ ମିଶ୍ରିତ ଚା’ ସହିତ କରନ୍ତି, ଯଦିଓ ସେମାନେ ଜାଣନ୍ତି ଯେ ଏହି ଚା’ ସ୍ୱାସ୍ଥ୍ୟ ପାଇଁ ଖାସ୍‌ ଉପକାରୀ ନୁହେଁ। ଦୁଗ୍ଧ ମିଶ୍ରିତ ଚା’ ପିଇବା ଦ୍ୱାରା ପେଟରେ ଏସିଡିଟି ଓ ଛାତିରେ ଜଳାପୋଡ଼ା ଭଳି ସମସ୍ୟା ହୋଇପାରେ।

Advertisment

ଅନ୍ୟପକ୍ଷେ, ହର୍ବାଲ ଟି’ ନାମରେ ଲୋକମାନେ ଗ୍ରୀନ ଟି’ ଓ ଜିଞ୍ଜର ଟି’ ପର୍ଯ୍ୟନ୍ତ ସୀମିତ ରହିଯାଆନ୍ତି। କିନ୍ତୁ, ଏକ ଏଭଳି ଚା’ ଅଛି ଯାହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ପିଇବାରେ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ଦେଇଥାଏ। ଏହା ହେଉଛି ଅପରାଜିତା ଚା’।

ଅପରାଜିତା ଫୁଲରୁ ତିଆରି ହେଉଥିବା ଏହି ବ୍ଲୁ ଟି ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ। ଏହି ବ୍ଲୁ ଟି ପିଇ ସକାଳର ଆରମ୍ଭ କଲେ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଥାଏ।

Advertisment

ଡିଟକ୍ସରେ ସାହାଯ୍ୟ କରେ

ଶରୀରକୁ ଡିଟକ୍ସ କରିବା ପାଇଁ ଏହି ଚା’ ପିଆଯାଇପାରେ। ଏହି ଚା’ ପିଇବା ଦ୍ୱାରା ଶରୀର ଡିଟକ୍ସ ହୁଏ। ପେଟ ସଫା ହୋଇଯାଏ। ବ୍ଲୁ ଟି’ ପିଇବା ଦ୍ୱାରା ପରିସ୍ରାର ପ୍ରବାହ ଉନ୍ନତ ହୁଏ, ଯାହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ବାହାରିଯାଏ।

ମାନସିକ ଚାପ କମିଥାଏ

ଏହି ଚା’ ପିଇବା ଦ୍ୱାରା ମାନସିକ ଚାପ କମିପାରେ। ଏହା ଚାପ ହ୍ରାସ କରେ, ନିଷ୍କ୍ରିୟତା ଦୂର କରେ ଏବଂ ଅଳସୁଆ ଭାବ ଦୂର ହୁଏ। କ୍ୟାଫେନ୍‌ ବିନା ମଧ୍ୟ ଅପରାଜିତା ଚା’ ପିଇ ବ୍ୟକ୍ତି ଫ୍ରେସ୍ ଅନୁଭବ କରନ୍ତି।

ମସ୍ତିଷ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ

ଅପରାଜିତା ଫୁଲର ଚା’ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ଭଲ ରଖେ। ଏହି ଚା’କୁ ମସ୍ତିଷ୍କ ପାଇଁ ଅମୃତ କୁହାଯାଇପାରେ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ଏହାକୁ ନୀଳ ରଙ୍ଗ ଦେଇଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରେ।

ରକ୍ତରେ ଶର୍କରାର ମାତ୍ରା ସନ୍ତୁଳିତ ରହିଥାଏ

ବ୍ଲୁ ଟି’ ରକ୍ତରେ ଶର୍କରାର ମାତ୍ରାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ। ଏହି ଚା’ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ହଠାତ୍‌ ବୃଦ୍ଧି ପାଏ ନାହିଁ। ଏହାକୁ ସକାଳେ ଖାଲି ପେଟରେ ପିଇଲେ ଦିନସାରା ରକ୍ତରେ ଶର୍କରା ସାଧାରଣ ରହିଥାଏ।

ଆଖି ପାଇଁ ଲାଭଦାୟକ

ଅପରାଜିତା ଫୁଲର ଚା’ ଆଖି ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ। ଏହି ଚା’ ପିଇବା ଦ୍ୱାରା ଦୀର୍ଘଦିନ ଧରି ଆଖିର ଦୃଷ୍ଟିଶକ୍ତି ବଜାୟ ରହିଥାଏ। ଏଥିରେ ଥିବା ଯୌଗିକ ଆଖିକୁ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ।

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି

ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ଭରପୂର ବ୍ଲୁ ଟି’ ଗଣ୍ଠିରେ ହେଉଥିବା ଯନ୍ତ୍ରଣାକୁ ହ୍ରାସ କରିପାରେ। ଏହାକୁ ନିୟମିତ ସକାଳେ ପିଇଲେ ଶରୀର ଯନ୍ତ୍ରଣାମୁକ୍ତ ରହିଥାଏ।

ବ୍ଲୁ ଟି’ କିପରି ତିଆରି କରିବେ

ଏକ ରୁ ଦେଢ଼ କପ୍‌ ପାଣିରେ ୫ ରୁ ୬ ଟି ଶୁଖିଲା ଅପରାଜିତା ଫୁଲର ପାଖୁଡ଼ା ପକାଇ ୫ ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ। ଏଥିରେ ମହୁ ଓ ଟିକେ ଲେମ୍ବୁ ରସ ମିଶାଇ ସ୍ୱାଦ ନେଇ ପିଅନ୍ତୁ।

ମନେ ରଖନ୍ତୁ ଯେ ଅତ୍ୟଧିକ କିଛି ବି ଖରାପ ଏବଂ ତେଣୁ ଏହି ଚା’କୁ ସୀମିତ ପରିମାଣରେ ପିଇବା ଉଚିତ ଏବଂ ଅତ୍ୟଧିକ ପିଇବାକୁ ଏଡ଼ାଇବା ଉଚିତ।

ଅଧିକ ପଢନ୍ତୁ: ଓଜନ ହ୍ରାସରୁ ହୃଦରୋଗ ଯାଏଁ ସବୁ କରିଦେବ ମୂଳପୋଛ, ଶରୀର ପାଇଁ ବରଦାନ ଏହି ଫଳ...

Healthcare Experts Ayurveda
Advertisment
Related Articles
Advertisment