Advertisment

Gold Price Spikes: ସୁନା ଦାମ୍‌ ଶୁଣି ଗ୍ରାହକ ଛାନିଆ; ସପ୍ତାହେରେ ବଢିଲାଣି ୪ ହଜାର ଟଙ୍କା !

ବିବାହ ସିଜିନ ପୂର୍ବରୁ ଉପରମୁହାଁ ସୁନା ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି।

ଅଦ୍ୟତନ ହୋଇଛି
Gold Price

Gold Price

Advertisment

ବିବାହ ସିଜିନ ପୂର୍ବରୁ ପୁଣି ସୁନା ଟେନସନ୍। ପ୍ରତିଦିନ ବଢୁଛି ଦର। ସପ୍ତାହେ ଭିତରେ ସୁନା ଦାମରେ ପ୍ରାୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ଦର ରହିଛି ୭୩ ହଜାର ୯୦୦ ଟଙ୍କା। ୫ ଦିନ ତଳେ ଏହି ଦାମ୍ ରହିଥିଲା ୭୧ ହଜାର ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ବିଶ୍ବ ବଜାରରେ ଅସ୍ଥିରତା, ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଓ ସୁନାରେ ଅଧିକ ନିବେଶ ଯୋଗୁ ଚାହିଦା ବଢିଛି।

Advertisment

ସୁନା ଦାମ୍‌ରେ ପୁଣି ଫେରିଲା ଚମକ। ରେଟ୍ ଶୁଣି ଗ୍ରାହକ ଛାନିଆ। ବିବାହ ସିଜିନ ପୂର୍ବରୁ ଉପରମୁହାଁ ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ରହିଛି ୭୩ ହଜାର ୯୦୦ ଟଙ୍କା। ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ୮୦ ହଜାର ପାର କରିଛି। ଆଜି ୨୪ କ୍ୟାରେଟ୍ ଗୋଲ୍ଡ ରେଟ୍ ରହିଛି ୮୦ହଜାର ୬୨୦ ଟଙ୍କା। ସପ୍ତାହେ ଭିତରେ ଏଭଳି ହୁ ହୁ ବଢିଛି ଦାମ୍। ଆଗକୁ ବିବାହ ସିଜିନ ଥିବାରୁ ଅଚାନକ ଦର ବୃଦ୍ଧି ଗ୍ରାହକଙ୍କୁ ବାଧିଲାଣି। 

ଅଧିକ ପଢ଼ନ୍ତୁ: ଛାଡ଼ିଦେଲେ ବ୍ୟାଙ୍କ ଚାକିରି, ଛୋଟିଆ କୋଠରୀରୁ ମାସିକ ରୋଜଗାର ୫ ଲକ୍ଷ

ପ୍ରାୟ ଦେଢ଼ ମାସ ଧରି ସୁନା ଦର ସ୍ଥିର ରହିଥିଲା। ୧୦ ଗ୍ରାମକୁ ପାଖାପାଖି ୭୦ ହଜାର ଟଙ୍କାରେ ବିକ୍ରି ହେଉଥିଲା। ବିଶେଷଜ୍ଞଙ୍କ ମତରେ, ବିଶ୍ବ ବଜାରରେ ଅସ୍ଥିରତା ଏହାର ଏକ ପ୍ରମୁଖ କାରଣ। କାରଣ ମାସେ ଭିତରେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଶହେ ଡଲାର ବଢିଛି।

Advertisment

ସେହିପରି ଡଲାର ତୁଳନାରେ ଖସିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଯାହାର ପ୍ରଭାବ ସୁନା ଦର ଉପରେ ବି ପଡୁଛି। ନିରାପଦ ନିବେଶ ଚାହୁଁଥିବା ନିବେଶକାରୀ ଏବେ ଡଲାର ତୁଳନାରେ ସୁନା ଉପରେ ଅଧିକ ନିବେଶ କରୁଥିବାରୁ ଚାହିଦା ଆହୁରି ବଢ଼ିଯାଇଛି।  ବିଶ୍ବ ବଜାରରେ ଏମିତି ଅସ୍ଥିରତା ଜାରି ରହିଲେ ଆଗକୁ ସୁନା ଦର ଆହୁରି ବଢ଼ିପାରେ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ ।

ଅଧିକ ପଢ଼ନ୍ତୁ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା; ବୟସ ୮୦, ରୋଜଗାର ଲକ୍ଷ ଲକ୍ଷ...

Advertisment

କେମିତି ଜାଣିବେ ସୁନାର ଶୁଦ୍ଧତା:

  • ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
  • ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
  • ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

  • ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
  • ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ।
  • ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।
  • ଅଫ୍ ସିଜନରେ ସୁନା କିଣନ୍ତୁ... କମ୍ ଦାମ୍‌ରେ ସୁନା ଗହଣା କିଣିବାର ଲାଭ ପାଇପାରିବେ।
Gold Gold Price Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ