Advertisment

Gold Price Today : ଆଜି ବି କମିଲା ସୁନା ଦର; ୫ ଦିନରେ କମିଲାଣି ୩,୩୫୦ ଟଙ୍କା...

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Gold Price Drop

ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି । ଲଗାତାର ଉପରମୁହାଁ ହେଉଥିବା ସୁନା ଦରରେ ବ୍ରେକ୍ ପରେ ଏବେ ତଳମୁହାଁ ହୋଇଛି ଏହି ହଳଦିଆ ଧାତୁ ମୂଲ୍ୟ, ଯାହାକି ମଧ୍ୟବିତ୍ତଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି ।

Advertisment

ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୦,୩୮୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫୦ ଟଙ୍କା ହ୍ରାସ ପାଇବା ସହ ୮୯,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ଘଟି ୮୨,୮୫୦ ଟଙ୍କାରୁ ୮୨,୨୫୦ ଟଙ୍କା ରହିଛି । ତେବେ ଗତ ୫ ଦିନରେ ୨୨ କ୍ୟାରେଟ୍‌ର ସୁନା ଦାମ କମିଲାଣି ୩,୩୫୦ ଟଙ୍କା । 

ଅଧିକ ପଢ଼ନ୍ତୁ: ସେୟାର ମାର୍କେଟ୍ ରକ୍ତପାତ; ଚିନ୍ତାରେ ନିବେଶକ, କଣ କହୁଛନ୍ତି ବିଶେଷଜ୍ଞ ? ଜାଣନ୍ତୁ...

Advertisment

ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮,୨୨୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୫,୮୦୦ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୮, ୯୭୩ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୭୧,୭୮୪ ଟଙ୍କା ରହିଛି । ତେବେ ଆଜି ରୂପା ଧାତୁ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଭୁବନେଶ୍ୱରରେ ରୂପା କେଜି ପିଛା ମୂଲ୍ୟ ୧,୦୩,୦୦୦ ଟଙ୍କା ରହିଛି ।

କେମିତି ଜାଣିବେ ସୁନାର ଶୁଦ୍ଧତା ?

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

Gold Price In Bhubaneswar Gold Price Silver Price Gold Silver Price
Advertisment
Advertisment