• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ହାଇଦ୍ରାବାଦ ପରେ ରାଜସ୍ଥାନର ଜୟପୁର ଆଉ ଏବେ ଉତ୍ତରପ୍ରଦେଶର ବରେଲି । ବୁଲା କୁକୁରଙ୍କ ଶିକାର ହୋଇଛନ୍ତି କଅଁଳ ଛୁଆ । ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ । ହାଇଦ୍ରାବାଦରେ ଗୋଟିଏ କୁନି ଛୁଆକୁ ବୁଲାକୁ କୁକୁର ଝୁଣି ଖାଇଥିବା ଭିଡିଓ ଭାଇରାଲ ହେବା ପରେ ରାଜସ୍ଥାନ ଜୟପୁରର ଏକ ମେଡିକାଲରୁ ଛୁଆକୁ ଦାନ୍ତରେ ନେଇଯାଇଥିଲା କୁକୁର । ଆଉ ଏବେ ଖବର ଆସିଛି ଉତ୍ତରପ୍ରଦେଶ ବରେଲିର ସିବି ଗଞ୍ଜ ଅଞ୍ଚଳରେ ୩ ବର୍ଷର ଶିଶୁ କନ୍ୟାକୁ ବୁଲା କୁକୁର ଝୁଣି ମାରିଦେଇଛନ୍ତି । 

ଶିଶୁ କନ୍ୟାର ନାଁ ପରୀ । ପିତାଙ୍କ ନାଁ ଆୱାଧେଶ ଗଙ୍ଗୱାର । ସେମାନେ ବନ୍ଦିଲା ଗାରେ ବସବାସ କରନ୍ତି । ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ । ଠିକ୍‌ ଏହି ସମୟରେ ପାଖାପାଖି ୧୫ରୁ ୨୦ କୁକୁର ତାକୁ ଝୁଣି ମାରିଦେଇଛନ୍ତି ।

ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ଶିଶୁକନ୍ୟାଟିକୁ କୁକୁର ମାନେ ଘୋଷାଡ଼ି ନେଇଯାଇଥିଲେ । ରାସ୍ତାରେ ଯାଉଥିବା ଜଣେ ଯୁବକ ପରୀର କାନ୍ଦ ଶୁଣି ଘଟଣାସ୍ଥଳକୁ ଯାଇ କୁକୁର ମାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ସମୟରେ ଯୁବକ ଜଣକ ମଧ୍ୟ କୁକୁରମାନଙ୍କ ଶିକାର ହୋଇଥିଲେ । ତେବେ କୁକୁରମାନଙ୍କ କବଳରୁ ପରୀକୁ ଉଦ୍ଧାର କରିବା ପରେ ତାକୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସର କହିବାନୁଯାୟୀ ପରୀ ଶରୀରରେ ପାଖାପାଖି ୨୦୦ କ୍ଷତ ଚିହ୍ନ ରହିଥିଲା । ଏହି ଘଟଣାର ତଦନ୍ତ କରାଯାଉଛି ।