Advertisment

ଜଣାପଡ଼ିଲା କୋରେଇ ଟ୍ରେନ୍ ଟ୍ରାଜେଡିର କାରଣ !

କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ।

author-image
Chandan Shishu
ଅଦ୍ୟତନ ହୋଇଛି
Jajpur train mishap

Jajpur train mishap

ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ ଷ୍ଟେସନ ଭିତରେ ବିକ୍ଷିପ୍ତ ଭାବେ ପଡ଼ି ରହିଛି ମାଲବାହୀ ଟ୍ରେଚ୍‌ର ଧ୍ୱସ୍ତ ବିଧ୍ୱସ୍ତ ବଗି। ସମୟ: ସକାଳ ପ୍ରାୟ ୬ଟା ୪୫।  ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିଲା ଏ ଖାଲି ମାଲବାହୀ ଟ୍ରେନ୍। ଠିକ୍ ଯାଜପୁର କୋରେଇ ଷ୍ଟେସନ୍ ଅତିକ୍ରମ କରୁଥିବା ବେଳେ ଘଟିଥିଲା ବଡ଼ ଦୁର୍ଘଟଣା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମାଲଗାଡ଼ିର କିଛି ଡୋର୍ ଖୋଲା ରହିଥିଲା। ଏହି ଡୋର ପ୍ଲାଟଫର୍ମରେ ପିଟି ହୋଇଯିବାରୁ ଟ୍ରେନର ଡବା ଗୁଡ଼ିକ ଭାରସାମ୍ୟ ହରାଇ ଏତେବ଼ଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ମୃତ୍ୟୁ ସାଜି ଆସିଲା ମାଲଗାଡ଼ି ! ନେଇଗଲା ମା’ଝିଅଙ୍କ ଜୀବନ, ବର୍ତ୍ତିଗଲା ଅଢ଼େଇ ମାସର କୁନି ଝିଅ

କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ। ଷ୍ଚେସନ୍‌ର ଯାତ୍ରୀ ବିଶ୍ରାମାଗାର ଉପରେ ଚଢି ଯାଇଥିଲା ଦ୍ରୁତଗାମୀ ଟ୍ରେନର କିଛି ବଗି। ଆଉ କିଛି ବଗି ଫୁଟ ଓଭର ବ୍ରିଜ୍‌ରେ ଜୋରରେ ପିଟି ହେବା ସହ ଷ୍ଟେସନ ଭିତରେ ଏଣେତେଣେ କ୍ଷୀପ୍ର ଗତିରେ ଛିଟିକି ପଡ଼ିଥିଲା।ମାତ୍ର କେଇ ସେକେଣ୍ଡ ପୂର୍ବରୁ ସ୍ଥିର ଓ ଶାନ୍ତ ଥିବା କୋରେଇ ଷ୍ଟେସନ୍ ପାଲଟି ଯାଇଥିଲା ବିରାଟ ଧ୍ୱଂସ ସ୍ତୁପ। ଦିଆସିଲି ଖୋଳ ଭଳି ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଲାଇନଚ୍ୟୁତ ୮ଟି ବଗି ତାରି ଭିତରେ ଚାପି ହୋଇ ରହିଥିଲା। କିଛି ଲୋକଙ୍କ ଜୀବନ ଆର୍ତ୍ତ ଚିତ୍କାରରେ ଫାଟି ପଡ଼ିଥିଲା ଦୁର୍ଘଟଣାସ୍ଥଳ। 

Advertisment

ଏପଟେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ସ୍ଥାନୀୟ ଲୋକ, ପୋଲିସ୍ ଓ ଅଗ୍ନିଶମ ବାହିନୀ ପରେ ଓଡ୍ରାଫ୍ ଟିମ୍ ବି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ଭୟଙ୍କର ଦୁର୍ଘଟଣାରେ ବିଛାଡ଼ି ହୋଇ ପଡ଼ିଥିବା ବଗି, ଧ୍ୱଂସ ସ୍ତୁପ ପାଲଟିଥିବା ଯାତ୍ରୀ ବିଶ୍ରାମଗାରଓ କ୍ଷତିଗ୍ରସ୍ତ ପ୍ଲାଟଫର୍ମର ଏଠୁସେଠୁ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ ଉଦ୍ଧାରକାରୀ ଦଳ।

ସେପଟେ ଦୁର୍ଘଟଣାରେ ପ୍ଲାଟଫର୍ମ, ଟ୍ରାକ୍, ଟିକେଟ୍ ଘର, ଯାତ୍ରୀ ବିଶ୍ରାମଗାର ଏବଂ ଫୁଟ୍ ଓଭର ବ୍ରିଜ୍ ଆଦି ବ୍ୟାପକ ଅଞ୍ଚଳ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏସବୁକୁ ସ୍ବାଭାବିକ କରିବାକୁ ଦୀର୍ଘ ସମୟ ଲାଗିବ ବୋଲି ସୂଚନା ଦେଇଥିଲେ ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ। ତେଣୁ ଦୁର୍ଘଟଣା ପରଠୁ ଉଭୟ ଲାଇନରେ ରେଳ ଚଳାଚଳକୁ ବନ୍ଦ ରଖାଯାଇଥିଲା। ପରେ ସ୍ଥାନୀୟ ପ୍ରଶାସନ, ରେଲେଓ୍ୱ ରିଲିଫ୍ ଓ ରେସ୍କ୍ୟୁ ଟିମ୍ ସହାୟତାରେ ସ୍ବାଭାବିକ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ସେପଟେ ଟ୍ରାକ୍ ଉପରେ ସୁରକ୍ଷିତ ଥିବା ମାଲବାହୀ ଗାଡ଼ିର ଆଗପଟର ୧୮ଟି ଓ ପଛପଟର ୨୬ଟି ବଗିକୁ ହଟାଯାଇଥିଲା। ଏହାପରେ ଓଲଟି ପଡ଼ିଥିବା ବଗି ସବୁକୁ ଧୀରେ ଧୀରେ କ୍ରେନ୍ ସାହାଯ୍ୟରେ ଉଠା ଯାଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ଇଷ୍ଟକୋଷ୍ଟ ରେଲୱେ ବ୍ରାଞ୍ଚର ଜେନେରାଲ୍ ମ୍ୟାନେଜର୍, ସେଫ୍ଟି ଅଫିସର, ଖୋର୍ଦ୍ଧା ରୋଡ୍ ଡିଆରମ୍  ଓ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଥିଲେ।

କୋରେଇ ଟ୍ରେନ୍ ଟ୍ରାଜେଡି ପରେ ରେଳ ସେବା ଗୁରୁତର ପ୍ରଭାବିତ ହେବା ସହ ସକାଳୁ ସକାଳୁ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ଯାତ୍ରୀ ସେବା। ୧୯ଟି ଟ୍ରେନ୍ ସମ୍ପୂର୍ଣ୍ଣ ବାତିଲ, ୨୫ଟି ଟ୍ରେନର ଗତିପଥ ବଦଳା ଯିବା ପରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ। ରାଜ୍ୟର ବିଭିନ୍ନ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲେ। ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଟିକେଟ୍ ପଇସା ଫେରସ୍ତ କରିଥିଲେ କର୍ତ୍ତୃପକ୍ଷ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଲାଗି ରେଳ ମନ୍ତ୍ରାଳୟ ପକ୍ଷରୁ ୫ ଲକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

Train Accident Korei
Advertisment
Advertisment