/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669016824.jpg)
Train Accident
ଟିକେଟ୍ କାଟି ଟ୍ରେନ୍ ଅପେକ୍ଷାରେ ଥିଲେ. . .ଚିକିତ୍ସା ପାଇଁ କଟକ ବାହାରିଥିଲେ ମା’ ଝିଅ । ୨୫ ମିନଟ୍ ପରେ ଟ୍ରେନ୍ ଆସିଥାଆନ୍ତା ହେଲେ କିଏ ଜାଣିଥିଲା ଘଟିଯିବ ଏତେ ବଡ଼ ଦୁର୍ଘଟଣା . . . ହସ୍ପିଟାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁ କୋଳକୁ ଚାଲିଗଲେ ମା’ଝିଅ ।ଯାଜପୁର କୋରେଇ ଷ୍ଟେସନରେ ଆଜି ସକାଳେ ଘଟିଥିବା ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ସେହି ଅଞ୍ଚଳର ମାଆ, ଝିଅଙ୍କ ଜୀବନ ଯାଇଛି । ସୌଭାଗ୍ୟବଶତଃ ଅଢ଼େଇ ମାସର ଶିଶୁ ଏଥିରୁ ବର୍ତ୍ତି ଯାଇଥିବା ବେଳେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ: ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ : ଚାଲିଗଲା ୩ ଜୀବନ
ଟ୍ରେନ୍ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଝିଅ କଣ୍ଢେଇ ବନ୍ଧାଣି ଓ ମାଆ ପାର୍ବତୀ ବିନ୍ଧାଣୀ । କଣ୍ଢେଇ ବନ୍ଧାଣିଙ୍କର ପେଟରେ ଏକ ଟ୍ୟୁମର୍ ବଢ଼ୁଥିଲା । ଏଥିପାଇଁ ପ୍ରଥମେ ଏମଆରଆଇ କରି ରିପୋର୍ଟ ଧରି ଡାକ୍ତର ଆସିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଆଜି ଟିକେଟ କାଟି କୋଳରେ କୁନି ଛୁଆକୁ ଧରି ଉଭୟେ ଟ୍ରେନ୍ ଅପେକ୍ଷାରେ ଯାତ୍ରୀ ବିଶ୍ରାମାଗାରରେ ଅପେକ୍ଷାରେ । ହେଲେ ଏତିକିବେଳେ ମୃତ୍ୟୁ ସାଜି ମାଡ଼ି ଆସିଥିଲା ଲୌହ ଦାନବ । କେହି କିଛି ବୁଝିବା ପୂର୍ବରୁ ଘଟିଥିଲା ଏହି ଅଘଟଣ , ତୁରନ୍ତ ବିଶ୍ରାମାଗାରରେ ଥିବା ପାର୍ବତୀ ବିନ୍ଧାଣି ଓ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣିଙ୍କ ଉପରେ କାନ୍ଥ ପଡ଼ି ଯାଇଥିଲା।
ତୁରନ୍ତ ସେମାନଙ୍କୁ କୋରେଇ ହସ୍ପିଟାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ କଣ୍ଡେଇଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ କଣ୍ଡେଇଙ୍କ ଅଢ଼େଇ ମାସର ଝିଅ ସାମାନ୍ୟ ଆହତ ହୋଇଥିବା ବେଳେ ସେ ବିପଦମୁକ୍ତ ଥିବା କୋରେଇ ହସ୍ପିଟାଲ ଡାକ୍ତର ପ୍ରକାଶ କରିଛନ୍ତି। ଏପଟେ ମା’ ଓ ଭଉଣୀକୁ ହରାଇ ଏବେ ଭାଙ୍ଗି ପଡ଼ିଛନ୍ତି ଭାଇ କାହ୍ନୁ ବିନ୍ଧାଣୀ । ସେହିପରି ଏହି ଦୁର୍ଘଟଣାରେ ଅନ୍ୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ସେପଟେ ଦୁର୍ଘଟଣା ପରେ ରେଲେୱେ ପକ୍ଷରୁ ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ସହ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି । କୋରେଇ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଆତ୍ମୀୟଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ମୃତକଙ୍କ ଲାଗି ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)