• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରାଖଣ୍ଡର ଉତ୍ତରକାଶୀରେ ବଡ଼ ଧରଣର ଅଘଟଣ । ନିର୍ମାଣାଧିନ ଟନେଲ ଭୁଶୁଡ଼ି ପଡ଼ିବାରୁ ୪୦ ଜଣ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟନେଲର ୧୫୦ ମିଟର ଲମ୍ବ ଭାଗ ଦବି ଯାଇଛି । ଭୋର ୪ଟା ବେଳେ ଏହି ଅଘଟଣ ଘଟିଛି । ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।

SDRF ଯବାନ ଟନେଲ ଭିତରେ ପଶି ଉଦ୍ଧାର ପାଇଁ ଲାଗି ପଡ଼ିଛନ୍ତି । ଫସି ରହିଥିବା ଶ୍ରମିକଙ୍କ ପାଖକୁ ଅକ୍ସିଜେନ ପହଞ୍ଚାଯାଇଛି । ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ଯୋଡ଼ିବା ପାଇଁ ନିର୍ମାଣ କରାଯାଉଥିଲା । ଏହା ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣ ଚାଲିଛି । ଟନେଲ ନିର୍ମାଣ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମର ଦୂରତା ୨୬ କିଲୋମିଟର କମିଯିବ ।