Advertisment

Accident: ସ୍କୁଟିକୁ ପିଟିଲା ଟ୍ରକ୍‌, ଦୁଇ ନାବାଳିକାଙ୍କ ମୃତ୍ୟୁ

କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍‌ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍‌।

ଅଦ୍ୟତନ ହୋଇଛି
Accident

Accident

Advertisment

ସ୍କୁଟିକୁ ପିଟିଲା ଟ୍ରକ୍‌। ଘଟଣା ସ୍ଥଳରେ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଦୁର୍ଘଟଣା ବାଲେଶ୍ୱରରେ ଜିଲ୍ଲାରେ ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ଅଞ୍ଚଳର ସୁଧୀର ଠାକୁର ସ୍କୁଟିରେ ଯାଉଥିଲେ। ଆଉ ତାଙ୍କ ପଛରେ ଜାନକୀ ଠାକୁର ଓ କରିସ୍ମା ଠାକୁର ମୂର୍ତ୍ତି ବସିଥିଲେ। ତେବେ ରାଜାମୁଣ୍ଡା ବାଇପାସ୍‌ରେ ସ୍କୁଟିକୁ ପିଟି ଦେଇଥିଲା ଟ୍ରକ୍‌। ଘଟଣା ସ୍ଥଳରେ ଜାନକୀ ଓ କରିସ୍ମାଙ୍କ ମୃତ୍ୟୁ ଘଟିଥିଲା। ତେବେ ସୁଧୀର ଠାକୁର ଗୁରୁତର ଆହତ ହୋଇଥିଲେ। ତାଙ୍କ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏକ ପ୍ରାଇଭେଟ୍‌ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଅଧିକ ପଢ଼ନ୍ତୁ: ନବ ହତ୍ୟା ମାମଲା: ସାଲୁଜାଙ୍କ ବିସ୍ଫୋରକ ଖୁଲାସା, ହତ୍ୟା ପୂର୍ବରୁ ଚେତାଇ ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ ଓ SP

Advertisment

ଠିକ୍‌ ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡିଆ ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି

Advertisment
Road Mishap Accident Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ