Advertisment

America Plane Crash: ଆମେରିକାରେ ପୁଣି ପ୍ଲେନ୍‌ କ୍ରାସ୍‌; ମଝି ଆକାଶରେ ଧକ୍କା ହେଲେ ୨ ବିମାନ, ୨ ମୃତ

ବଢିଚାଲିଛି ବିମାନ ଦୁର୍ଘଟଣା। ମାସକ ଭିତରେ ବିମାନ ଦୁର୍ଘଟଣାରେ ମୋଟ୍ ୮୬ ଜୀବନ ଗଲାଣି। ଏହା ପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
America Plane Crash

Plane Crash

Advertisment

ବଢିଚାଲିଛିବିମାନ ଦୁର୍ଘଟଣା। ମାସକ ମଧ୍ୟରେ ଚାରି ଚାରିଟି ବିମାନ ଦୁର୍ଘଟଣାର ଶିକାର ହେଲାଣି। ଆଜି ସକାଳେ ଆମେରିକାରଆରିଜୋନାରେ ଆଉ ଏକ ବିମାନ କ୍ରାସ୍ ହୋଇଥିବା ସୂଚନା ମିଳିଛି। ମଝି ଆକାଶରେ ଦୁଇଟି ବିମାନ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଟକ୍ସନ୍ ଉପକଣ୍ଠରେ ଥିବା ଏକ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଫେଡେରାଲ୍ ଏୟାର-ସୁରକ୍ଷା ତଦନ୍ତକାରୀମାନେ କହିଛନ୍ତି ଯେ ଟକ୍ସନ୍ ଉପକଣ୍ଠରେ ଥିବା ମାରାନା ଆଞ୍ଚଳିକ ବିମାନବନ୍ଦର ନିକଟରେ ଯେତେବେଳେ ବିମାନ ଦୁଇଟି ଧକ୍କା ଖାଇଥିଲା ସେତେବେଳେ ବିମାନରେ ଦୁଇଜଣ ଲୋକ ଥିଲେ। ଦୁର୍ଘଟଣାର ଖବର ପାଇବା ପରେ ମାରାନା ପୋଲିସ ବିଭାଗ ଦୁଇଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ପ୍ରାଥମିକ ସୂଚନା ଆଧାରରେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ କହିଛି ଯେ, ଗୋଟିଏ ବିମାନର କିଛି କ୍ଷତି ହୋଇନି। ଏହା ସୁରକ୍ଷିତ ଭାବରେ ଅବତରଣ କରିଛି ଓ ଅନ୍ୟଟି ରନୱେ ପାଖରେ ପଡ଼ିଯିବା ପରେ ସେଥିରେ ନିଆଁ ଲାଗିଯାଇଛି।

Advertisment


ଅଧିକ ପଢ଼ନ୍ତୁ: ନିଖୋଜ ବିମାନ ଦୁର୍ଘଟଣାର ଶିକାର; ସମସ୍ତ ୧୦ ଯାତ୍ରୀ ମୃତ

ଦୁଇଦିନ ତଳେ କାନାଡ଼ା ଟରୋଣ୍ଟୋ ବିମାନ ବନ୍ଦରରେ ବଡ ଦୁର୍ଘଟଣା ଘଟିଥିଲା । ଲ୍ୟାଣ୍ଡିଂ ବେଳେ ରନୱେରେ ଓଲଟି ପଡିଥିଲା ବିମାନ । ଦୁର୍ଘଟଣାରେ ୧୮ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡେଲ୍ଟା ଏୟାରଲାଇନ୍ସ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୭୬ ଜଣ ଯାତ୍ରୀଙ୍କ ସହିତ ୪ ଜଣ ପାଇଲଟ ଥିଲେ । ବିମାନଟି ମିନିୟାପୋଲିସରୁ ଟରୋଣ୍ଟୋ ଆସୁଥିଲା । ଅଧିକାରୀଙ୍କ କହିବା ଅନୁସାରେ, ବରଫ ଝଡ଼ ପରେ ପ୍ରବଳ ବେଗରେ ପବନ ବହୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସେହିପରି ଫେବ୍ରୁଆରୀ ୮ରେ ପଶ୍ଚିମ ଆଲାସ୍କାରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା।ନୋମ ସମ୍ପ୍ରଦାୟର ୧୦ଜଣଙ୍କୁ ନେଇ ବିମାନଟି ଉଡାଣ ଭରିଥିଲା। ହେଲେ ଘଣ୍ଟାଏ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏଥିରେ ଥିବା ମୋଟ୍ ୧୦ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ମାସକ ଭିତରେ ବିମାନ ଦୁର୍ଘଟଣାରେ ମୋଟ୍ ୮୬ ଜୀବନ ଗଲାଣି। ଏହାପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୩୧ ରେ, ଫିଲାଡେଲଫିଆରେ ଏକ ମେଡିକାଲ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ଥିବା ୬ ଜଣ ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଲାସ୍କାରେ ଏହି ବିମାନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ ଉପରେ, ଗତ ଆଠ ଦିନ ମଧ୍ୟରେ ଆମେରିକାରେ ତିନୋଟି ବଡ଼ ବିମାନ ଦୁର୍ଘଟଣାରେ ପ୍ରାୟ ୮୪ ଜଣଙ୍କର ମୃତ୍ୟୁ ଘଟିଛି।

ଅଧିକ ପଢ଼ନ୍ତୁ: ଜଳି ପାଉଁଶ ହୋଇଗଲା ବାୟୁସେନାର ଫାଇଟର୍ ବିମାନ

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ