• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ାରେ ଭ୍ୟାନ୍ ଓଲଟିବା ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ପ୍ରାଥମିକ ଭାବେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା କିନ୍ତୁ ଏନେଇ ସ୍ପଷ୍ଟ କରିଛନ୍ତି ଗୋଲାମୁଣ୍ଡା ଥାନାଧିକାରୀ ଶ୍ୱେତପଦ୍ମ ସେଠ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି ।

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ସଂଧ୍ୟା ବେଳେ ଏକ ଭ୍ୟାନରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ହିଁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା ।

ଗାଡ଼ିରେ ଥିବା ଶ୍ରମିକମାନେ ଏଣେତେଣେ ଛିଟିକି ପଡ଼ିଥିଲେ । ତେବେ ଘଟଣା ପରେ ପରେ ବର୍ଷା ହେବାରୁ ରେସ୍କ୍ୟୁ ଅପରେସନରେ ବାଧା ଉପୁଜିଥିଲା । ପରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି । ଏହି ଦୁର୍ଘଟଣାରେ୨୫ରୁ ଅଧିକ ଆହତ ହୋଇଛନ୍ତି ହେଲେ ସେଥିରୁ ୧୦ ଜଣ ଗୁରୁତର ଥିବା ସୂଚନା ମିଳିଛି ।

ସମସ୍ତ ଗୁରୁତରଙ୍କୁ ଧର୍ମଗଡ଼ ଓ ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।