Advertisment

ଦୁର୍ଘଟଣା ପରେ ଗୁଣ୍ଡ ହୋଇଗଲା କାର୍; ଜଣେ ମୃତ, ୪ଗୁରୁତର

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Road Mishap At Patrapada In Bhubaneswar

Accident

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମ ଦୁର୍ଘଟଣାଟି ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଘଟିଥିବା ବେଳେ ଅନ୍ୟଟି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ଘଟିଛି।

Advertisment

ସୂଚନା ଅନୁସାରେ, ବିଳମ୍ୱିତ ରାତିରେ ଏକ କାର୍‌-ଟ୍ରକ୍ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଲିଅନ୍ତାର ବିଶ୍ୱଜିତ ରାୟ। ବିଶ୍ୱଜିତ ଓ ଅନ୍ୟ ୪ଜଣ ଏକ କାର୍ ଯୋଗେ ଫେରୁଥିଲେ। ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା। ଏଥିରେ କାର୍‌ଟି ଡିଭାଇଡର ଡେଇଁ ଆପପଟେ ପଡିଥିଲା। ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ। ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ତମାଣ୍ଡୋ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ: ମରଣଯନ୍ତା ଜାତୀୟ ରାଜପଥ, NHରେ ବଢୁଥିବା ଦୁର୍ଘଟଣାକୁ ନେଇ ଉଦବେଗ

ସେହିପରି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ମଧ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ୱିତ ରାତିରେ ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ଏକ କାର୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁଇଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସେପଟେ ରାୟଗଡ଼ା ଅମ୍ବାଦଳା ଥାନା ବନ୍ଧଗୁଡ଼ା ଗାଁ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଜଣେ ବ୍ୟକ୍ତି କାରରେ ଚାପି ହୋଇ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ୩ ଗୁରୁତରଙ୍କୁ ମୁନିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କାକ୍କିନାଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ସମସ୍ତେ ବରଗଡ଼ ଆସିଥିଲେ । ବରଗଡ଼ରୁ ଫେରିବା ବାଟରେ ଭୋର ପ୍ରାୟ ୩ଟାରୁ ୪ଟା ଭିତରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅମ୍ବାଦଳା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି।

ଅଧିକ ପଢ଼ନ୍ତୁ: ଛାତିଥରା ଦୁର୍ଘଟଣା; ଦୁଇ କାର୍ ମୁହାଁମୁହିଁ, ଚାଲିଗଲା ୭ ଜୀବନ

Road Mishap Road Accident Accident
Advertisment
Advertisment