Advertisment

ଛାତିଥରା ଦୁର୍ଘଟଣା; ଦୁଇ କାର୍ ମୁହାଁମୁହିଁ, ଚାଲିଗଲା ୭ ଜୀବନ

କାର୍‌ଟି ପେଟ୍ରୋଲ ଟାଙ୍କି ଆଡ଼କୁ ଯିବା ବେଳେ ଭୁଲ୍ ଦିଗରେ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ MUV କାର୍‌ଟି ବ୍ୟାରିକେଡ୍ ଭାଙ୍ଗି ରସ୍ତାର ବାମ ପଟକୁ ଛିଟିକି ପଡିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
car collides

car collides

ମହାରାଷ୍ଟ୍ର ଜଲନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି କାର୍ ପରସ୍ପରକୁ ଧକ୍କା ଦେବା ଫଳରେ ୭ଜଣ ଯାତ୍ରୀଙ୍କ ଜୀବନ ଯାଇଛି। ଶୁକ୍ରବାର ରାତି ପ୍ରାୟ ୧୧ଟାରେ କଡଭାନଚି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ବିଳମ୍ୱିତ ରାତିରେ କାରରେ ଥିବା ଲୋକମାନେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ। ମୃତକ ଓ ଆହତମାନେ ମୁମ୍ବାଇର ମାଲାଡ (ପୂର୍ବ) ଓ ବୁଲଡାନା ଜିଲ୍ଲାର ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ଟି ପେଟ୍ରୋଲ ଟାଙ୍କି ଆଡ଼କୁ ଯିବା ବେଳେ ଭୁଲ ଦିଗରେ ଆସୁଥିବା ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ MUV କାର୍‌ଟି ବ୍ୟାରିକେଡ୍ ଭାଙ୍ଗି ରସ୍ତାର ବାମ ପଟକୁ ଛିଟିକି ପଡିଥିଲା।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। କିଛି ଲୋକ କାର୍‌ ତଳେ ଚାପିହୋଇ ରହିଥିଲେ। ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା। ପରେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି।

Advertisment

ଏହି ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଟ୍ରାଫିକ୍ ଜାମ୍‌ ମଧ୍ୟ ହୋଇଥିଲା। କିଛି ସମୟ ପରେ ରାସ୍ତାରୁ କାର୍‌କୁ ହଟାଇବା ପରେ ଯାତାୟତ ସଠିକ ଭାବରେ ଚାଲିଥିଲା। ତେବେ ସାମରୁଦ୍ଧୀ ରାଜପଥ ହେଉଛି ମୁମ୍ବାଇ ଏବଂ ନାଗପୁରକୁ ସଂଯୋଗ କରୁଥିବା ୭୦୧ କିଲୋମିଟର ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ । ନାଗପୁରକୁ ଶିରଡି ସହିତ ସଂଯୋଗ କରୁଥିବା ରାଜପଥର ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୨୦୨୨ରେ ଉଦଘାଟିତ ହୋଇଥିଲା ।

Road Accident
Advertisment
Advertisment