Advertisment

Odisha Drowning Incidents: ଅଶୁଭ ରବିବାର ! ପାଣିରେ ବୁଡ଼ି ଚାଲିଗଲା ୬ ଜୀବନ

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୬ ଜଣଙ୍କର ମୃତ୍ୟୁ ହୋଇଛି । କଟକରେ କୋଠଯୋଡିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବାବେଳେ ଆନନ୍ଦପୁରରେ ୨ ଜଣ ଓ ଦଶପଲ୍ଲାରେ ୩ ଜଣ ନାବାଳକ ପ୍ରାଣ ହରାଇଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
Drowning Incidents

Drowning Incidents

ଅଶୁଭ ରବିବାର । ୬ ଜଣଙ୍କ ସଲିଳ ସମାଧି । ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୬ ଜଣଙ୍କ ମୃତ୍ୟୁ ହୋଇଛି । କଟକରେ ଜଣେ ନାବାଳକ କୋଠଯୋଡିରେ ବୁଡି ପ୍ରାଣ ହରାଇଥିବା ବେଳେ ଆନନ୍ଦପୁରରେ ଦୁଇ ଜଣ ଯୁବକ ଓ ଦଶପଲ୍ଲାରେ ୩ ଜଣ ନାବାଳକଙ୍କର ପାଣିରେ ବୁଡିଯିବା କାରଣରୁ ମୃତ୍ୟୁ ହୋଇଛି ।

Advertisment

ସୂଚନା ମୁତାବକ, ଜଗତସିଂପୁର ଅଞ୍ଚଳର ଅତୁଲ ରଞ୍ଜନ ସାହୁ ଓ ରୁଦ୍ର ନାରାୟଣ ମିଶ୍ରଙ୍କ ସମେତ ଚାରି ଜଣ ଯୁବକ ଆଜି  କେନ୍ଦୁଝର ଜିଲ୍ଲାର ବଡ଼ ସିଆଳିମାଳ ପାଟହରା ଅଞ୍ଚଳକୁ ବୁଲି ଯାଇଥିଲେ । ସମସ୍ତେ ମିଶି ପାଟହରା ଝରଣାରେ ଗାଧୋଉଥିବା ବେଳେ ଅତୁଲ ଓ ରୁଦ୍ର ଗଣ୍ଡରେ ବୁଡି ଯାଇଥିଲେ । ଅନ୍ୟ ଦୁଇ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଦୁଇ ମୃତକ ଯାଜପୁର ଜିଲ୍ଲାରେ ଟାଟା ଷ୍ଟିଲରେ କାମ କରୁଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: ରାକ୍ଷସ ମାମୁ, ୪ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା

ସେହିପରି କଟକ କାଠଯୋଡିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକଙ୍କ ଘର ବେଟବିନ୍ଧାଣୀ ସାହିରେ ।  ସେ ଖାନନଗର ନିକଟରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗୋଡ଼ିବିଡ଼ା ଗାଁରେ ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ତିନି ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କର ବୟସ ୧୧ ବର୍ଷ ହୋଇଥିବା ବେଳେ ଜଣଙ୍କର ୯ ବର୍ଷ । ଗୋଡ଼ିବିଡ଼ା ଗ୍ରାମର ବିଜୟ ନାୟକଙ୍କ ଉମାକାନ୍ତ, ଖାଲମଡ଼ା ଗ୍ରାମର ଦିଲୀପ ପ୍ରଧାନଙ୍କ ପୁଅ ରିତେଶ ଏବଂ ବାହାଡଖୋଲା ପୋଡ଼ାସାହି ଗ୍ରାମର କାଳୁ ଖିଲାରଙ୍କ ପୁଅ ଶୁଭ ଆଜି ପୋଖରୀରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ୩ ଜଣଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଦଶପଲ୍ଲା ମେଡିକାଲ ନିଆଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ଶାଳବଣରେ ୨ ଭାଇଙ୍କୁ ମାରି ନିଆଁ ଲଗାଇଦେଲେ...

Incidents Of Drowning Drowning Deaths
Advertisment
Advertisment