/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679902337.jpg)
Jagatsinghpur
ଗାଧୋଇବା ସମୟରେ ବୁଡ଼ିଗଲେ ୩ ଛାତ୍ର । ଜଗତସିଂହପୁର ଦେବୀ ନଦୀରେ ଭାସିଯାଇ ୩ ଛାତ୍ର ନିଖୋଜ ଥିବା ଜଣାପଡ଼ିଛି । ମାଛଗାଁ ନିକଟରେ ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏହି ଘଟଣା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଛି । ନିଖୋଜ ହୋଇଥିବା ସମସ୍ତ ଛାତ୍ର ଭୁବନେଶ୍ୱର ରୁ ଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ଖୋଜଖବର ମିଳିନାହିଁ ।
ବାଲିକୁଦାର ଅଞ୍ଚଳର ଜଣେ ଛାତ୍ରଙ୍କ ଘରକୁ ଭୁବନେଶ୍ୱର ଅଞ୍ଚଳର ୩ଜଣ ଛାତ୍ର ବୁଲିବାକୁ ଆସିଥିଲେ । ଆଜି ଚାରି ଜଣ ସାଙ୍ଗ ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ପାଣିରେ ଓହ୍ଲାଇବା ମାତ୍ରେ ସାମାନ୍ୟ ଅସାବଧାନତା ଯୋଗୁଁ ୩ ଜଣ ନଦୀରେ ନିଖୋଜ ହୋଇଯାଇଥିଲେ । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।
ଭୁବନେଶ୍ୱରର ଏକ କଲେଜ୍ରେ ଚାରି ଜଣ ସାଙ୍ଗ ପାଠ ପଢ଼ନ୍ତି । ବାଲିକୁଦା ଅଞ୍ଚଳର ପିଲାଟି ସୁରକ୍ଷିତ ଉଦ୍ଧାର ହୋଇଥିଲେ ସୁଦ୍ଧା ସେ ଭୟଭୀତ ହୋଇ ପଡ଼ିଛନ୍ତି । ସେ କିଛି କହିବା ଅବସ୍ଥାରେ ନାହାଁନ୍ତି । ତେଣୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବର୍ତ୍ତମାନ ବାଲିକୁଦା ଅଞ୍ଚଳରର ଏକ ଅଗ୍ନିଶମ ଟିମ୍ ଯାଇ ଖୋଜାଖୋଜି କରୁଛି । କିଛି ସମୟ ମଧ୍ୟରେ ପିଲାମାନେ ଉଦ୍ଧାର ନହେଲେ ଜଗତସିଂହପୁର ଓଟ୍ରାଫ୍ ଟିମ୍ର ସହାୟତା ନିଆଯିବ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)