• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚାଷ ଜମିକୁ ଯିବା ବାଟରେ ଜଗିଥିଲା ମୃତ୍ୟୁ । ଧକ୍କା ଦେଲା ଅଜଣା ଗାଡ଼ି । ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି ।

ମୃତକ ହେଲେ ପତ୍ରାପାଲି(ଖ) ଗ୍ରାମର ଗମ୍ଭୀର ରଣା ଓ ତାଙ୍କ ସ୍ତ୍ରୀ ଗୀତା ରଣା । ଉଭୟ ଆଜି ଭୋରରୁ ଜାତୀୟ ରାଜପଥ ଦେଇ ଗାଁ ପାଖ ଘଣ୍ଟବାହାଲି ଗ୍ରାମରେ ଥିବା ନିଜ କ୍ଷେତକୁ ଧାନ ବୁଣିବାକୁ ଯାଉଥିଲେ । ମାତ୍ର ପତ୍ରାପାଲି(ଖ) ଛକ ନିକଟରେ ଏକ ଅଜଣା ଗାଡ଼ି ଉଭୟଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ପତିପତ୍ନୀଙ୍କ ସମେତ ତାଙ୍କର ଏକ ବଳଦର ମୃତ୍ୟୁ ହୋଇଛି।

ଅଧିକ ପଢ଼ନ୍ତୁ: ହାଥରସ୍‌ ଦଳଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୮୭ ଛୁଇଁଲା...!

ଖବର ପାଇ ଗ୍ରାମବାସୀ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୁରିବାହାଲ ଥାନା ପୋଲିସ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ସେପଟେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଚାରବାଟି ଛକ ନିକଟରେ ଏକ ମର୍ମନ୍ତୁ ଦୁର୍ଘଟଣା ଘଟିଛି । ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଚାପି ହୋଇ ରହିଗଲେ ଜଣେ ଡ୍ରାଇଭର। ତିନି ଘଣ୍ଟାରୁ ଅଧିକ ସମୟ ହେବ ତାଙ୍କୁ ଉଦ୍ଧାର କରାଯାଇ ପାରିନି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ଜେସିବି ମେସିନ୍ ଓ ଗ୍ୟାସ କଟର ବି ବ୍ୟବହାର କରାଯାଇଛି ।

ସୂଚନା ଅନୁସାରେ ୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅନ୍ତର୍ଗତ ଚାରବାଟି ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭୋର୍ ସମୟରେ ଖରାପ୍ ହୋଇ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ପଛପଟ ଟ୍ରକର ଡ୍ରାଇଭର ଚାପି ହୋଇ ରହିଛନ୍ତି । ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ଓ ପୋଲିସ।

ଅଧିକ ପଢ଼ନ୍ତୁ: ଟ୍ରକ୍‌କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ଟ୍ରାଭେଲର, ୧୩ ଜଣଙ୍କର ଗଲା ଜୀବନ

OTV is now on Whatsapp

Join and get latest news update delivered to you via whatsapp

Join Now