Advertisment

Meerut Stampede: କଥାମୃତ ଚାଲିଥିବା ବେଳେ ଦଳାଚକଟା; ଏକାଧିକ ଆହତ, ଉଦ୍ଧାରକାର୍ଯ୍ୟ ଜାରି

ଉତ୍ତରପ୍ରଦେଶର ମେରୁଟ୍‌ରେ କଥାମୃତ ଚାଲିଥିବା ବେଳେ ଦଳାଚକଟା। ଅନେକ ଭକ୍ତ ତଳେ ପଡ଼ିଯାଇ ଥିବା ବେଳେ ସେମାନଙ୍କ ଉପରେ ଅନ୍ୟ ଭକ୍ତମାନେ ଚଢିଯାଇଥିଲେ। ଏଥିରେ ଏକାଧିକ ମହିଳା ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଅଦ୍ୟତନ ହୋଇଛି
Meerut Stampede News

stampede

Advertisment

ଉତ୍ତରପ୍ରଦେଶର ହାଥରସ ଦଳାଚକଟା ଟ୍ରାଜେଡି ମନରୁ ନଲିଭୁଣୁ ଏବେ ଆଉ ଏକ ଦଳଚକଟା ଖବର ସାମନାକୁ ଆସିଛି। ମେରୁଟରେ ପଣ୍ଡିତ ପ୍ରଦୀପ ମିଶ୍ରଙ୍କ କଥାମୃତ ଚାଲିଥିବା ବେଳେ ପୁଣି ଦଳଚକଟା ପରିସ୍ଥିତି ଉପୁଜିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମେରୁଟର ଶତାବ୍ଦିନଗରରେ ସପ୍ତାହେ ଧରି ଚାଲିବାକୁ ଥିବା କଥାମୃତର ଆଜି ଷଷ୍ଠ ଦିନ ଥିଲା। ମିଳିଥିବା ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ୧ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଅଧିକାଂଶ ମହିଳା ଏବଂ ବୟସ୍କମାନେ କଥାମୃତ ଶୁଣିବାକୁ ଆସିଥିଲେ। ଏହି ସମୟରେ ବାଉନସରମାନେ ସେମାନଙ୍କୁ ପ୍ରବେଶ ଦ୍ୱାରରେ ଅଟକାଇଥିଲେ। ଏହା ପରେ ଭିଡ଼ ଭିତରେ ଠେଲାପେଲା ଆରମ୍ଭ ହୋଇଥିଲା। ଲୋକମାନେ ପରସ୍ପର ଉପରେ ପଡିଯାଇଥିଲେ। କଥାମୃତ ଶୁଣିବା ପାଇଁ ଅନେକ VVIP ମଧ୍ୟ ମେରୁଟରେ ପହଞ୍ଚିଥିଲେ।

ମେରୁଟର ଏସଏସପିଙ୍କ ସୂଚନା ଅନୁଯାୟୀ, ପ୍ରବଳ ଜନ ଜନସମାଗମ ହେତୁ ଏଭଳି ପରିସ୍ଥିତି ଉପୁଜିଥିଲା, ସେଠାରେ କେହି ଗୁରୁତର ହୋଇନାହାନ୍ତି। ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସେ କହିଛନ୍ତି ଯେ ଘଟଣାସ୍ଥଳରେ ବହୁ ପୋଲିସ କର୍ମଚାରୀ, ମେଡିକାଲ ଟିମ୍ ଏବଂ ଆମ୍ବୁଲାନ୍ସ ଉପସ୍ଥିତ ଅଛନ୍ତି। ସେଠାରେ ପୋଲିସ ସହିତ ସ୍ୱେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଘଟଣାର ତଦନ୍ତ କରାଯିବ ବୋଲି ଏସଏସପି କହିଛନ୍ତି। ଦଳାଟକଟା ପରେ ଆୟୋଜକମାନେ ଭିଡ଼କୁ କମାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

Advertisment

ଅଧିକ ପଢ଼ନ୍ତୁ: ରାଜସ୍ଥାନରେ ଭୟଙ୍କର ଦୁର୍ଘଟଣା...୪୦ ଗାଡ଼ିରେ ଲାଗିଲା ନିଆଁ, ୫ ଜୀବନ୍ତ ଦଗ୍ଧ

କଥାମୃତ ଶତାବ୍ଦିନଗରରେ ଶ୍ରୀ କେଦାରଶ୍ୱର ସେବା ସମିତି ଦ୍ୱାରା ଆୟୋଜିତ ହେଉଛି। ୧୫ ଡିସେମ୍ବର ଠାରୁ ଦୈନିକ ଅପରାହ୍ନ ଗୋଟାଏରୁ ୪ଟା ଯାଏ କଥାମୃତ ଚାଲୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଏହାକୁ ଶୁଣିବାକୁ ଆସୁଛନ୍ତି। ଗାଡି ପାର୍କିଂ ପାଇଁ ଆୟୋଜକମାନେ ୭ଟି ପାର୍କିଂ ସ୍ଥାନ ପ୍ରସ୍ତୁତ କରିଛନ୍ତି । ଏଥିସହ ପ୍ରାୟ ୧୦୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଆୟୋଜକଙ୍କ ଅନୁଯାୟୀ ଏସଏସପି ଡକ୍ଟର ଭିପିନ ତାଡା ସମସ୍ତ ତଦାରଖ କରୁଛନ୍ତି। ଭକ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି। କଥାମୃତ ଚାଲିଥିବା ପାଣ୍ଡାଲ ଏବଂ ଏହାର ଆଖପାଖ ଅଂଚଳରେ ଡ୍ରୋନ୍ କ୍ୟାମେରା ନଜର ରଖିଛି।

Advertisment

ପଣ୍ଡିତ ପ୍ରଦୀପ ମିଶ୍ର କିଏ?

ପଣ୍ଡିତ ପ୍ରଦୀପ ମିଶ୍ର ଜଣେ ପ୍ରବଚକ। ସେ ମଧ୍ୟପ୍ରଦେଶରସିହୋରର ବାସିନ୍ଦା। ତାଙ୍କ ପିତାଙ୍କ ନାମ ରମେଶ୍ୱର ମିଶ୍ର। ତାଙ୍କ ମାତାଙ୍କ ନାମ ସୀତା ଦେବୀ। ପ୍ରଦୀପ ମିଶ୍ର ତାଙ୍କର ପ୍ରାଥମିକ ଶିକ୍ଷା ସେହୋରରୁ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବୃନ୍ଦାବନର ରାଧାରାଣୀଙ୍କ ବିଷୟରେ ଭୁଲ କଥା କହିଥିଲେ ଯାହାକୁ ସନ୍ଥ ପ୍ରେମାନନ୍ଦ ବିରୋଧ କରୁଥିଲେ। ଏହା ପରେ ପଣ୍ଡିତ ପ୍ରଦୀପ ମିଶ୍ର ମଥୁରାରେ ପହଞ୍ଚି ରାଧା-ରାଣୀଙ୍କୁ ଏପରି ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ

Uttar Pradesh Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ