/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734668505.jpg)
ଜଳିଗଲା ୪୦ ଗାଡ଼ି
ରାଜସ୍ଥାନ ରାଜଧାନୀ ଜୟପୁରରେ ଏକ ଭୟଙ୍କର ଦୁର୍ଘଟଣା । ଭାନ୍କ୍ରୋଟା ସ୍ଥିତ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ଏଲପିଜି ଏବଂ ସିଏନଜି ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜୟପୁରର ସାବାଇ ମାନ ସିଂ (SMS) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଏହି ଦୁର୍ଘଟଣାରେ ପ୍ରାୟ ୪୦ରୁ ଅଧିକ ଗାଡ଼ି ଜଳି ଯାଇଛି ।
#WATCH | Jaipur, Rajasthan | 4 dead and several injured in a major accident and fire incident in the Bhankrota area.
A fire broke out due to the collision of many vehicles one after the other. Efforts are being made to douse the fire. pic.twitter.com/3WHwok5u8W
— ANI (@ANI) December 20, 2024
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୫ଟା ୩୦ରେ ଜୟପୁର ଭାନ୍କ୍ରୋଟା ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ସାମ୍ନାରେ ଏକ LPG ବୋଝେଇ ଟ୍ରକ୍ ଓ CNG ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଆଖପାଖରେ ଥିବା ଗାଡ଼ି ଜଳି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଜୟପୁରରେ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ରାସ୍ତାକୁ ଅଲଗା କରାଯାଇଛି। ଘଟଣାସ୍ଥଳରେ ଅନେକ ଯାନବାହନ ଅଛି, ଯାହା ଅଗ୍ନିକାଣ୍ଡ ଯୋଗୁଁ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।
ଅଧିକ ପଢ଼ନ୍ତୁ: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ
ଜୟପୁର ଜିଲ୍ଲା ମାଜିଷ୍ଟ୍ରେଟ ଜିତେନ୍ଦ୍ର ସୋନି କହିଛନ୍ତି ଯେ ଅଗ୍ନିକାଣ୍ଡରେ ପ୍ରାୟ ୪୦ଟି ଗାଡ଼ି ଜଳିଯାଇଛି । ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ବର୍ତ୍ତମାନ କେବଳ ୧-୨ଟି ଯାନ ବାକି ଅଛି ଯେଉଁଥିରେ ନିଆଁକୁ ଆୟତ୍ତ କରାଯାଇନାହିଁ । ଏହି ଘଟଣାରେ ପ୍ରାୟ ୨୩-୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
जयपुर-अजमेर राष्ट्रीय राजमार्ग पर गैस टैंकर में आग लगने की घटना में नागरिकों के हताहत होने का दुःखद समाचार सुनकर मन अत्यंत व्यथित है।
घटना की सूचना मिलते ही एसएमएस अस्पताल जाकर चिकित्सकों को तत्काल आवश्यक चिकित्सा सुविधाएं उपलब्ध कराने एवं घायलों की समुचित देखभाल हेतु निर्देशित… pic.twitter.com/bIpNI7xT7y
— Bhajanlal Sharma (@BhajanlalBjp) December 20, 2024
ସେହିପରି ଏହି ଦୁର୍ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଦୁଃଖପ୍ରକାଶ କରିଛନ୍ତି । ସେ ନିଜେ ଜୟପୁରର SMS ହସ୍ପିଟାଲରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସିଏମ୍ ‘X’ ରେ ଲେଖିଛନ୍ତି ଯେ ଜୟପୁର-ଅଜମେର ଜାତୀୟ ରାଜପଥରେ ଏକ ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ଲାଗିବା ଘଟଣାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଏମଏସ ଡାକ୍ତରଖାନା ଯାଇ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)