Advertisment

Stampade at Saradhabali: ଶରଧାବାଲିରେ ଅଘଟଣ, ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ

ପୁରୀ ଶରଧାବାଲିରେ ଅଘଟଣ । ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।

author-image
Saroj Kumar Jena
puri

puri

ପୁରୀ ଶରଧାବାଲିରେ ଅଘଟଣ । ଠେଲାପେଲାରେ ଦଳାଚକଟା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା । ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଠେଲାପେଲା ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।

Advertisment

ଅଧିକ ଭକ୍ତଙ୍କ ଉପସ୍ଥିତିରୁ ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଭୋର ୪.୨୦ରେ ଏଭଳି ହୋଇଥିବା ସୂଚନା ମିଳିଛି। ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

୫୦୦ରୁ ଅଧିକ ଭକ୍ତ ପ୍ଲାଷ୍ଟିକ ମ୍ୟାଟ ପକାଇ ବସିଥିଲେ। ଅଚାନକ ଟ୍ରକ ଆସିବାରୁ ଏଭଳି ଭୟାନକ ପରସ୍ଥିତି ସୃଷ୍ଟି ହୋଇଥିଲା। ସେହିପରି ଭିଡ ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୋଲିସ କର୍ମୀ ଉପସ୍ଥିତ ନ ଥିବା ପ୍ରକାଶ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ପୂର୍ବରୁ ଭିଡ ନିୟନ୍ତ୍ରଣକୁ ନେଇ ସରକାର ଓ ପୋଲିସ ଉପରକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଅଧିକ ପଢନ୍ତୁ: ରଥଯାତ୍ରାରେ ଭୟଙ୍କର ଦଳାଚକଟା: ଡିଜେ ସାଉଣ୍ଡ ଶୁଣି ବେକାବୁ ୩ ହାତୀ, ଦୌଡ଼ିଲେ ଲୋକେ

Puri Accident Ratha Jatra Stampede
Advertisment
Advertisment