/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751010478.jpg)
Ahmedabad Stampede
ଆଜି ହେଉଛି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ଓଡ଼ିଶାର ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଦେଶ ବିଦେଶର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆୟୋଜନ ହୋଇଛି ଏହି ବଡ଼ ପର୍ବ । ଏହି ପରିପ୍ରେକ୍ଷୀରେ ଗୁଜରାଟର ଅହମ୍ମଦାବାଦରେ ୧୪୮ତମ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି । ତେବେ ଅହମ୍ମଦାବାଦ ରଥଯାତ୍ରାବେଳେ ବଡ଼ ଅଘଟଣ ଘଟିଛି । ହାତୀ ମାଡ଼ିଯିବାରୁ ଦଳାଚକଟା ସ୍ଥିତି ଉପୁଜିଥିବାବେଳେ ଅନେକ ଭକ୍ତ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁସାରେ, ଅହମ୍ମଦାବାଦର ଜମାଲପୁର ମନ୍ଦିରରୁ ରଥ ବାହାରିଥିଲା । ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଆଉ ରଥଯାତ୍ରା ପାଇଁ ୫ରୁ ଅଧିକ ହାତୀଙ୍କୁ ସୁସଜ୍ଜିତ କରାଯାଇ ଅଣାଯାଇଥିଲା । ହେଲେ ପ୍ରୋସେସନ୍ ସମୟରେ ଡିଜେ ଶବ୍ଦ ଶୁଣି ୩ଟି ହାତୀ ବେକାବୁ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ରାସ୍ତା ଉପରେ ସେମାନେ ହଠାତ୍ ଦୌଡ଼ିବା ଦେଖି ଉପସ୍ଥିତ ଥିବା ଭକ୍ତମାନେ ଭୟଭୀତ ହୋଇ ପ୍ରାଣ ବିକଳରେ ଦୌଡ଼ିଲେ । ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଯେଉଁଥିରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବହୁ ଜୋରରେ ବାଜୁଥିବା ଡିଜେ ଶବ୍ଦ ଶୁଣି ହାତୀ ଭୟଭୀତ ହୋଇ ଦୌଡ଼ିଥିଲେ ବୋଲି ଜଣାପଡ଼ିଛି । ଯାହାକି ଦଳାଚକଟାର କାରଣ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)