/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669221746.jpg)
Firecrackers Mishap
କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ଫୁଟି ୨୦ରୁ ଅଧିକ ଗୁରୁତର । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ । ସମସ୍ତ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଛି । ସଦର ଥାନା ବାଲିଆ ବଜାରରେ ଭସାଣ ବେଳେ ଏହି ଅଘଟଣ ଘଟିଛି । ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିଲା ବେଳେ ଏହି ବିସ୍ଫୋରଣ ଘଟିଛି । ବାଣୁଆ ଷ୍ଟକ୍ ରଖିଥିବା ବାଣ ଯାଗାରେ ନିଆଁ ପଡ଼ିଥିଲା । ଯାହାପଳରେ ଏକାଥରେ ସବୁ ବାଣ ଫୁଟିଯାଇଥିଲା । ଆଉ ଏଭଳି ଅଘଟଣ ଘଟିଥିଲା । ତେବେ ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି । ଅନ୍ୟପଟେ କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏହାସହ କିଛି ଆହତଙ୍କୁ ସଂପର୍କୀୟମାନେ ଅନ୍ୟ ହସ୍ପିଟାଲକୁ ନେଇଯାଇଛନ୍ତି ।
Advertisment
ଅଧିକ ପଢ଼ନ୍ତୁ: ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ଜଳିଲା କବାଡ଼ି ଗୋଦାମ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)