• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର ର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ରୋଡ୍ ଧନେଶ୍ୱର ଛକରେ ନିକଟରେ ଥିବା କବାଡ଼ି ଗୋଦାମ ଜଳି ପାଉଁଶ ହୋଇଯାଇଛି । କୌଣସି କାରଣରୁ ନିଆଁ ଲାଗି ହୁତ୍ ହୁତ୍ ଜଳିଗଲା କବାଡ଼ି ଗୋଦାମ । ଖବର ପାଇ ଅଗ୍ନିଶମ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ।

୨ଟି ଦମକଳ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଉଛି ।  ନିଆଁ ଲିଭାଇବାକୁ ଉଦ୍ୟମ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ତେବେ ୩ ଜିଲ୍ଲାରେ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସଂପର୍କ ନଥିବା ସୂଚନା ମିଳିଛି ।