Advertisment

Fire Brigade Vehicle Sink in Ganga: ଗଙ୍ଗା ନଦୀରେ ବୁଡ଼ିଗଲା ଫାୟାର ବ୍ରିଗେଡ୍ ଗାଡ଼ି; ଜଣେ ନିଖୋଜ, ସର୍ଚ୍ଚ ଅପରେସନ୍ ଜୋର୍‌ଦାର୍‌

ରୋପୱେରେ ପାଣି ଭର୍ତ୍ତି କରୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଗାଡି ଦ୍ରୁତ ଗତିରେ ପଛକୁ ଗଡ଼ିବା ଆରମ୍ଭ କଲା । ଏହି ସମୟରେ ସଜଲିମ୍ ବୁଦ୍ଧି ଖଟାଇ ଗାଡିରୁ ଡେଇଁପଡିଥିଲେ, କିନ୍ତୁ କନଷ୍ଟେବଳ ଅରୁଣ କୁମାର ଗାଡିରୁ ବାହାରି ପାରିନଥିଲେ ।

ଅଦ୍ୟତନ ହୋଇଛି
Fire brigade

Fire brigade

Advertisment

ଗଂଗା ନଦୀରେ ବୁଡିଗଲା ଫାୟାର ବ୍ରିଗେଡ୍ ଗାଡ଼ି। ଝାଡଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବିଭାଗର ଗାଡି ରାଜମହଲ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଗଙ୍ଗା ନଦୀର ଫେରି ଘାଟରେ ପାଣି ଭର୍ତ୍ତି କରିବାକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି। ଗାଡ଼ିର ଡ୍ରାଇଭର ଏଯାଏ ନିଖୋଜ ଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Advertisment

ଆଜି ସକାଳ ପ୍ରାୟ ୮ ବେଳେ ପାଣି ଭରିବା ପାଇଁ ଅଗ୍ନିଶମ ବିଭାଗର ଗାଡ଼ିଟି ଫେରି ଘାଟରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀ ସଜଲିମ୍ ଗାଡିଟିକୁ ଘାଟ ଆଡକୁ ନେଇ ଯାଉଥିଲେ। ରୋପୱେରେ ପାଣି ଭର୍ତ୍ତି କରୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଗାଡି ଦ୍ରୁତ ଗତିରେ ପଛକୁ ଗଡ଼ିବା ଆରମ୍ଭ କଲା । ଏହି ସମୟରେ ସଜଲିମ୍ ବୁଦ୍ଧି ଖଟାଇ ଗାଡିରୁ ଡେଇଁପଡିଥିଲେ, କିନ୍ତୁ କନଷ୍ଟେବଳ ଅରୁଣ କୁମାର ଗାଡିରୁ ବାହାରି ପାରିନଥିଲେ । ଗାଡି ସହ ସେ ଗଙ୍ଗା ନଦୀ ଭିତରକୁ ଖସିପଡିଥିଲେ।

ଏହି ସୂଚନା ପାଇବା ପରେ ତୁରନ୍ତ ସବ-ଡିଭିଜନାଲ ଅଫିସର କିଶୋର କୁମାର, ସର୍କଲ ଅଫିସର ମୋହମ୍ମଦ ୟୁସୁଫ, ଇନ୍ସପେକ୍ଟର ଶ୍ୟାମଲାଲ ହାନସଦା, ରାଧା ନଗର ଥାନା ଅଧିକାରୀ ନୀତେଶ ପାଣ୍ଡେ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡି ଓ କନଷ୍ଟେବଲ୍‌ଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ଜିଲ୍ଲା ପ୍ରଶାସନ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କନଷ୍ଟେବଳଙ୍କ ପତ୍ତା ମିଳିନି। ଉଦ୍ଧାର କାର୍ଯ୍ୟ ପାଇଁ NDRF ଟିମ୍‌କୁ ମଧ୍ୟ ଡକାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ

ଗାଡିର ଡ୍ରାଇଭର କହିଛନ୍ତି ଯେ ସେମାନେ ଗାଡିରେ ପାଣି ଭରିବାକୁ ଯାଇଥିଲେ। ଏହି ସମୟରେ ବ୍ରେକ୍ ଫେଲ୍ ହେତୁ ଗାଡିଟି ପଛକୁ ଗଡିଯାଉଥିଲା।ମୋ ସହିତ ଥିବା ଅଗ୍ନିଶମ କର୍ମଚାରୀ ଅରୁଣ କୁମାରଙ୍କୁ ମଧ୍ୟ ଡେଇଁବାକୁ କହିଥିଲି, କିନ୍ତୁ ସେ ଡେଇଁ ପାରିନଥିଲେ ।

Advertisment
Jharkhand Ganga River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ