/odishatv-khabar/media/post_attachments/uploadimage/library/16_9/16_9_0/Accident_1747726633.jpg)
Accident
ଆଉ କିଛି ଦିନ ପରେ ପଡ଼ିବ ସାବିତ୍ରୀ ବ୍ରତ। ହେଲେ ତାହା ପୂର୍ବରୁ ସତ୍ୟବାନକୁ ଛାଡ଼ି ଚାଲିଯାଇଛନ୍ତି ସାବିତ୍ରୀ । ନିଜ ସ୍ତ୍ରୀ କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ସତ୍ୟବାନ। ହେଲେ ସେ ଜାଣିଛନ୍ତି ତାଙ୍କ ସ୍ତ୍ରୀ ଆଉ ଫେରିବନି ଅଫେରା ରାଇଜରୁ...। ତାଙ୍କ ପାଖରେ ଆଉ ଶାଢ଼ି, ଚୁଡ଼ି ଆଣିଦେବା ପାଇଁ ଅଳି ବି କରିବନି।
ଅଧିକ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ; ପ୍ରବଚନ ଦେବାବେଳେ ଚାଲିଗଲା ଜୀବନ
ତଥାପି ନିଜର ମନକୁ ସେ ବୁଝାଇ ପାରୁନାହାନ୍ତି। ନିଜ ଆଖି ଆଗରେ ଦୁର୍ଘଟଣାରେ ନିଜ ସ୍ତ୍ରୀର ଜୀବନ ଚାଲିଯାଇଛି। ଯାହାକୁ ସେ ଭୁଲି ପାରୁ ନାହାନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ରୁକ୍ମିଣୀ ସାହୁ। ସ୍ୱାମୀ ଛବିଲାଲ ସାହୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ପ୍ରାୟ ସକାଳ ୯ ସମୟରେ ଛବିଲାଲଙ୍କ ସହ ରୁକ୍ମିଣୀ ଏକ ବାଇକ ଯୋଗେ ନୂଆପଡ଼ା ଆସିଥିଲେ। ନୂଆପଡା ସଦର ମହକୁମାର ଏକତା ଛକରେ ଏକ ଟ୍ରକ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା l ଉଭୟ ସ୍ୱାମୀସ୍ତ୍ରୀ ତଳେ ଛିଟିକି ପଡ଼ିଯାଇଥିଲେ। ସ୍ୱାମୀର ଆଖି ଆଗରେ ଛଟପଟ ହୋଇ ଚାଲିଯାଇଥିଲା ସ୍ତ୍ରୀର ଜୀବନ। ଗୁରୁତର ସ୍ବାମୀଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଵାମୀଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)