/odishatv-khabar/media/post_attachments/uploadimage/library/16_9/16_9_0/s_1686025021.jpg)
Odisha Train Mishap
ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଖୋର୍ଦ୍ଧା ଡିଆରଏମ୍ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତା’ହେଲେ ସିଗ୍ନାଲରେ ଗଡ଼ବଡ଼ ହେବନି। ଟେକ୍ନିକାଲି ଏହା ସମ୍ଭବ ନୁହେଁ।
ଖୋର୍ଦ୍ଧା ଡିଆରଏମ୍ ଆହୁରି କହିଛନ୍ତି ଯେ, ମେନ୍ ଲାଇନ୍ରେ ଗ୍ରୀନ୍ ସିଗ୍ନାଲ ଥିଲା। ପ୍ରି କଣ୍ଡିସନ୍ ଠିକ୍ ଥିଲେ ହିଁ ଗ୍ରୀନ୍ ସିଗ୍ନାଲ ହୋଇଥାଏ । ଯଦି କିଛି ତ୍ରୁଟି ଥିବ, ତେବେ କେବେ ବି ଗ୍ରୀନ୍ ସିଗ୍ନାଲ ହେବନି, ରେଡ୍ ଲାଇଟ୍ ଜଳିବ।
ଅଧିକ ପଢ଼ନ୍ତୁ: ଭାଗ୍ୟଭଲ…ବଗି ବଦଳେଇଦେଲୁ...ନହେଲେ ସବୁ ମରିଥାଆନ୍ତୁ
କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନ୍ରେ ଗ୍ରୀନ୍ ସିଗ୍ନାଲ ଥିଲା ବୋଲି ଡାଟା ଲକ୍ରୁ ସ୍ପଷ୍ଟ ହୋଇଛି । ଏହି କାରଣରୁ ସିଗ୍ନାଲକୁ ଫିଜିକାଲି ଟାମ୍ପରିଂ କରାଯାଇଥିବା ଖୋର୍ଦ୍ଧା ଡିଆରଏମ୍ ସନ୍ଦେହ କରିଛନ୍ତି। ଏହି ଗଡ଼ବଡ଼ରୁ ହିଁ ଏତେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି।
ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ୧୭୭ ଜଣଙ୍କ ମୃତଦେହ ଚିହ୍ନଟ ସରିଛି । ଅବଶିଷ୍ଟ ୧୦୧ ଜଣଙ୍କ ମୃତଦେହ ଏଯାଏ ଚିହ୍ନଟ ହୋଇନି। ଚିହ୍ନଟ ହୋଇନଥିବା ମୃତଦେହକୁ ଭୁବନେଶ୍ୱ ଏମ୍ସ, କ୍ୟାପିଟାଲ, ସମ୍, କିମ୍ସ ଓ ହାଇଟେକ୍ ମେଡିକାଲ୍ରେ ରଖାଯାଇଥିବା ଖୋର୍ଦ୍ଧା ଡିଆରଏମ୍ ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିଲେ ପ୍ରାୟ ୧୧୦୦ ଜଣ।
ସେପଟେ ମୃତଦେହ ସଂରକ୍ଷିତ ରଖିବା ପାଇଁ ପାରାଦୀପରୁ ସ୍ୱତନ୍ତ୍ର କଣ୍ଟେନର ଅଣାଯାଇଛି। ଏଥିରେ ଅଧିକ ଦିନ ଧରି ମୃତଦେହ ସଂରକ୍ଷିତ ରଖିହେବ। ଏହା ଭିତରର ତାପମାତ୍ରାକୁ ଆବଶ୍ୟକତା ଅନୁସାରେ କମ୍ ବେଶୀ ମଧ୍ୟ କରାଯାଇ ପାରିବ। ବଡ଼ ବଡ଼ କଣ୍ଟେନର ହୋଇଥିବାରୁ ଅଧିକ ମୃତଦେହ ମଧ୍ୟ ଏଥିରେ ରଖାଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)