Advertisment

Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Jhansi hospital fire

Jhansi hospital fire

Advertisment

ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା । ଏଥିରେ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସଂଦେହ କରାଯାଉଥିବା ବେଳେ ଏହା ପଛରେ ଜଣେ ନର୍ସଙ୍କ ଅବହେଳା ଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି। ତେବେ ଆଜି ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ଯାଞ୍ଚ ରିପୋର୍ଟ ଦାଖଲ ହେବା ପରେ ମହାରାଣୀ ଲକ୍ଷ୍ମୀ ବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇଯିବ।

Advertisment

ଏହି ଘଟଣା ଘଟିବା ସମୟରେ ହମୀରପୁରର ବାସିନ୍ଦା ଭଗବାନ୍ ଦାସ ୱାର୍ଡରେ ଥିଲେ। କାରଣ ତାଙ୍କ ପୁଅ ସେଠାରେ ଭର୍ତ୍ତି ହୋଇଥିଲେ। ସେ କହିଛନ୍ତି, ଜଣେ ନର୍ସ ଏକ ଅମ୍ଳଜାନ ସିଲିଣ୍ଡରର ପାଇପକୁ ସଂଯୋଗ କରିବାକୁ ଚେଷ୍ଟା କରୁଥିବାବେଳେ ଏକ ଦିଆସିଲି କାଠି ଜାଳିଥିଲେ। ୱାର୍ଡରେ ଅମ୍ଳଜାନ ବ୍ୟାପି ଯାଇଥିବା ବେଳେ ସଂଗେସଂଗେ ନିଆଁ ଲାଗିଯାଇଥିଲା। ଅମ୍ଳଜାନ ଏକ ଜ୍ୱଳନଶୀଳ ଗ୍ୟାସ ତେଣୁ ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।

ତାଙ୍କ କହିବା ମୁତାବକ, ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ନିଆଁ ଲାଗିଥିଲା। ତୁରନ୍ତ ସେ ବେକରେ ପକାଇଥିବା ଗାମୁଛା ବାହାର କରି ୩-୪ଜଣ ଶିଶୁଙ୍କୁ ସେଥିରେ ଗୁଡ଼ାଇ ସୁରକ୍ଷିତ ସ୍ଥାନକୁ ନେଇଗଲେ। ପାଟିତୁଣ୍ଡ ଭିତରେ କିଛି ଲୋକ ଅନ୍ୟ ପିଲାଙ୍କୁ ବଞ୍ଚାଇଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭବ ନଥିଲ ।

Advertisment

ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଘଟି ଡାକ୍ତରଖାନାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

ଏହା ସହ ପଢ଼ନ୍ତୁ: Stray Dog Attack In Odisha: ଚକିତ କଲା ଭଳି ଘଟଣା: ବୃଦ୍ଧାଙ୍କୁ ଝୁଣି ମାରିଦେଲା କୁକୁର

Advertisment

ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହା ଏକ ହୃଦୟବିଦାରକ ଘଟଣା ବୋଲି କହିଛନ୍ତି ଯୋଗୀ । ଏଥି ପାଇଁ ଦାୟୀ ଥିବା କର୍ମଚାରୀଙକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏଥିରୁ କେହି ରକ୍ଷା ପାଇବେ ନାହିଁ ବୋଲି ସେ କହିଛନ୍ତି।

ତେବେ ଏହି ଘଟଣା ପରେ ପ୍ରତ୍ୟେକ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ହେବାକୁ ଘୋଷଣା କରିଛନ୍ତି ସରକାର। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଏଥିସହ ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ପଢ଼ନ୍ତୁ: ମଝି ରାସ୍ତାରେ ଫାଟିଲା ଆମ୍ୱୁଲାନ୍ସ ଅକ୍ସିଜେନ୍ ସିଲିଣ୍ଡର; ବର୍ତ୍ତିଗଲେ ଗର୍ଭବତୀ

Fire Mishap JhansI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ