• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଗରିଆ ଜିଲ୍ଲାରେ ଏକ କାର ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ସାତଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ପିଲା ଥିବା ଜଣାପଡ଼ିଛି । ସାତ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି ।

NH 31 ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କାରରେ ଥିବା ଯାତ୍ରୀମାନେ ବିବାହ ଉତ୍ସବରୁ ଫେରୁଥିଲେ । ନିକଟସ୍ଥ ଥାନାରୁ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ସମସ୍ତ ଗୁରୁତର ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ: ସାବରମତି-ଆଗ୍ରା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେବେ ମିଳିଥିବା ରିପୋର୍ଟ ଅନୁସାରେ, ବରଯାତ୍ରୀମାନେ ଚୌଥମ ପ୍ରଖଣ୍ତ ଅଞ୍ଚଳରେ ହେଉଥିବା ଏକ ବିବାହ ଉତ୍ସବରୁ ଫେରୁଥିଲେ । ଏହି ସମୟରେ ଟ୍ରାକ୍ଟରଟି ଧକ୍କା ଦେଇଥିଲା । ପସରାହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।

ମୃତକଙ୍କ ମଧ୍ୟରେ ୫୫ ବର୍ଷୀୟ ପ୍ରକାଶ ସିଂହ, ସୌରଭ କୁମାର, ଗୌତମ କୁମାରଙ୍କ ସମେତ ସାତ ଜଣ ସାମିଲ ଥିଲେ । ସମସ୍ତଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତକଙ୍କର ପରିଚୟ ମିଳିୁପାରିନାହିଁ ।