• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କଥାରେ ଅଛି, ରଖେ ହରି ତ ମାଏରେ କିଏ, ମାରେ ହରି ତ ରଖେ କିଏ । ଏ ହେଉଛି ସେମିତି ଏକ ଉଦାହରଣ । ସରିଯାଇଛି ସବୁକିଛି । ହେଲେ କିଛି ଜାଣିପାରୁନି କୁନି ପୁଅ । ଆଖି ସାମ୍ନାରେ ସଡ଼କ ଦୁର୍ଘଟଣାରେ ବାପା-ମା’ ସବୁଦିନ ପାଇଁ ଶୋଇଯାଇଛନ୍ତି । ଆଉ ଅଳ୍ପକେ ବର୍ତ୍ତି ଯାଇଛି ଏ ନିଷ୍ପାପ ପୁଅଟି । ଦୁନିଆକୁ ଭଲ କି ଜାଣିନି, ବାପା-ମା’ଙ୍କ ଛଡ଼ା କାହାକୁ ଚିହ୍ନିନି । ତଥାପି ଭଗବାନ ତା’ ମୁଣ୍ଡ ଉପରେ ଲଦି ଦେଇଛନ୍ତି ଦୁଃଖର ପାହାଡ଼ । କାଢ଼ି ନେଇଛନ୍ତି ଆଶୀର୍ବାଦ ଦେଉଥିବା ହାତ । ମା’ କାଳୀଙ୍କୁ ଦର୍ଶନ କରି ଫେରିବା ପରେ ଅନାଥ ହୋଇଯାଇଛି ଏ କୁନି ପୁଅଟି ।

ଅଧିକ ପଢ଼ନ୍ତୁ: ଉତ୍ତରା ଛକରେ ବଡ଼ ଦୁର୍ଘଟଣା; ଓଲଟିଲା ଟୁରିଷ୍ଟ ବସ୍‌, ଚାଲିଗଲା ଜଣଙ୍କ ଜୀବନ

Also Read

ଦଇବ ଏମିତି ଦୁଃଖ ଦେବ କିଏ ବା ଜାଣିଥିଲା l ବାପା ମାଙ୍କ ସହ କତ୍ତରାପୁର କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ୪ ବର୍ଷର କୁନିପୁଅ l ଫେରିବା ବେଳେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍‌ ନିକଟରେ ଦୁର୍ଘଟଣାରେ ବାପା-ମା’ଙ୍କ ମୃତ୍ୟୁ ହୋଇଗଲା । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଆଉ ବିଚରା ଏ କୁନି ପୁଅଟି କିଛି ବୁଝିପାରୁନି, ତା ସହ କ’ଣ ଘଟିଛି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦମ୍ପତି ହେଲେ କୋରେଇ ବ୍ଲକ ସୋଲବନ୍ଦୀ ଗାଁର ସୁକାନ୍ତ ମଳିକ ଓ ତାଙ୍କ ପତ୍ନୀ ସୁଜାତା ମଳିକ । ସୁକାନ୍ତ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ହସ ଖୁସିରେ ଚଳିଯାଏ ସଂସାର । ଏବେ ଦୁର୍ଘଟଣା ହେବା ପରେ ପରିବାରଟି ଛାରଖାର ହୋଇଯାଇଛି । ପାଣିକୋଇଲି ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ସୁକାନ୍ତଙ୍କ ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ଗ୍ରାମବାସୀ ।