Advertisment

Tourist Bus Accident: ଉତ୍ତରା ଛକରେ ବଡ଼ ଦୁର୍ଘଟଣା; ଓଲଟିଲା ଟୁରିଷ୍ଟ ବସ୍‌, ଚାଲିଗଲା ଜଣଙ୍କ ଜୀବନ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁସାରେ ଟୁରିଷ୍ଟ ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିଲା । ବସରେ ପ୍ରାୟ ୭୦ ପର୍ଯ୍ୟଟକ ଥିଲେ ।

author-image
Santosh Kumar Sahoo
ଓଲଟିଲା ବସ୍‌

ଓଲଟିଲା ବସ୍‌

ଭୁବନେଶ୍ବର ଉତ୍ତରା ଛକରେ ବଡ଼ ଦୁର୍ଘଟଣା । ଉତ୍ତରା ଛକ ସିଫା ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଟୁରିଷ୍ଟ ବସ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁସାରେ ଟୁରିଷ୍ଟ ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିଲା । ବସରେ ପ୍ରାୟ ୭୦ ପର୍ଯ୍ୟଟକ ଥିଲେ । ତେବେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକଜଣକ ବାଂଲାଦେଶର ବୋଲି ଜଣାପଡିଛି । କାଶୀ ବିଶ୍ବନାଥ ଦର୍ଶନ ସାରି ସମସ୍ତେ ପୁରୀ ଅଭିମୁଖେ ଯାଉଥିଲେ । ପଶ୍ଚିମବଙ୍ଗ ମାୟାପୁରୀ ଇସ୍କନ ଜରିଆରେ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ ।

Advertisment

Bhubaneswar Tourist Bus Overturns
Advertisment
Advertisment