/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682424008.jpg)
Minor boy killed
ବଜ୍ରପାତ ନେଲା ନାବାଳକ ଜୀବନ । ଅନ୍ୟ ୨ଜଣ ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି l ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଭାଲୁଖାଇ ଗ୍ରାମରେ ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତ ନାବାଳକ ଜଣକ ହେଲେ ଭାଲୁଖାଇ ଗ୍ରାମର ନରେଶ ନାୟକଙ୍କ ପୁଅ ସର୍ବେଶ୍ଵର ନାୟକ । ସର୍ବେଶ୍ୱରଙ୍କ ବୟସ ୧୦ ବର୍ଷ l
ସେହିପରି ଆହତ ଦୁଇ ଜଣ ହେଲେ ସେହି ଗାଁର ପତିତ ନାୟକ ଏବଂ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ । ପତିତଙ୍କ ବୟସ ୪୨ ବର୍ଷ ହୋଇଥିବାବେଳେ ଚନ୍ଦନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି l ସୂଚନା ଅନୁସାରେ, ଗ୍ରାମରେ ଜେସିବି ଯୋଗେ ଏକ ପୋଖରୀ ଖୋଳା ଚାଲିଥିଲା l ଏହି ସମୟରେ ସେଠାରେ ବହୁ ଲୋକ ଜମା ହୋଇଥିଲେ l
ଅଧିକ ପଢ଼ନ୍ତୁ: ବଜ୍ରାଘାତରେ ଭାଙ୍ଗିଗଲା ମନ୍ଦିରର କିଛି ଅଂଶ
ତେବେ ହଠାତ କାଳବୈଶାଖୀ ପ୍ରଭାବରେ ହଠାତ ବଜ୍ରପାତ ସହିତ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଗଛମୂଳରେ ସମସ୍ତେ ଆଶ୍ରୟ ନେଇଥିଲେ l ଏହି ସମୟରେ ଅକସ୍ମାତ ବଜ୍ରାଘାତ ଯୋଗୁଁ ସର୍ବେଶ୍ଵର ଟଳି ପଡିଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ପରିବାର ଲୋକେ ସର୍ବେଶ୍ଵରଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟପକ୍ଷରେ ଗୁରୁତର ଆହତ ଅନ୍ୟ ଦୁଇ ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)