Advertisment

ବରଯାତ୍ରୀରେ ନାଚ ଗୀତ କରି ଯାଉଥିଲେ, ଟ୍ରକ୍ ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ

ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Madhya Pradesh Truck Accident

Accident

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ; ୬ ମୃତ, ୧୦ ଆହତ। ମଧ୍ୟପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ବିବାହ ପ୍ରୋସେସନ୍ ଚାଲିଥିବା ବେଳେ ଟ୍ରକ୍ ମାଡ଼ିଯାଇଥିବା ସୂଚନା ମିଳିଛି। ଆହତ ୧୦ ଜଣଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭୋପାଳ ସ୍ଥାନାନ୍ତର କରାଯାଇଛି।

Advertisment

ବାଜା, ରୋଷଣୀରେ ଦୁଲୁକୁଥିଲା ରାସ୍ତା। ତାଳେ ତଳେ ନାଚଗୀତରେ ନିଜକୁ ହଜାଇ ଦେଇଥିଲେ ବର ଯାତ୍ରୀ । ହସଖୁସିରେ କନିଆ ଘର ଅଭିମୁଖେ ଆଗେଇ ଚାଲିଥିଲେ ବର ଯାତ୍ରୀ। ମାତ୍ର ଏହି ହସ ବେଶି ସମୟ ରହିଲାନି। ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।

ଅଧିକ ପଢ଼ନ୍ତୁ: ପାର୍କିଂ ହୋଇଥିବା ଗାଡ଼ିକୁ ଧକ୍କା ଦେଲା କାର୍; ଚାଲିଗଲା ୬ଜୀବନ

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌ । ଆଉ ତା’ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଆଖି ବୁଜିଲେ ୬ ବର ଯାତ୍ରୀ। ଏହି ଦୁର୍ଘଟଣାରେ ୧୧ ବର ଯାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି।

Advertisment

ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ରୋଷଣୀ କରି ଯାଉଥିବା ବେଳେ ସୁଲତାନପୁରରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ରାସ୍ତା ଉପରେ ନାଚଗୀତରେ ମସଗୁଲ ଥିବା ବେଳେ କ୍ଷୀପ୍ର ବେଗରେ ମାଡ଼ି ଆସୁଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

Road Accident
Advertisment
Advertisment