Advertisment

ପାର୍କିଂ ହୋଇଥିବା ଗାଡ଼ିକୁ ଧକ୍କା ଦେଲା କାର୍; ଚାଲିଗଲା ୬ଜୀବନ

କାରରେ ଥିବା ଲୋକମାନେ ଖାତୁ ଗାଁରୁ ଦିଲ୍ଲୀ ଫେରୁଥିଲେ। ତେବେ ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୨ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Haryana Road Accident

Accident in Haryana

ହରିୟାଣାର ରେୱାରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପାର୍କିଂ ହୋଇଥିବା ଗାଡିକୁ ଧକ୍କା ଦେଲା XUV କାର୍। ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମାସାନି ଗାଁ ନିକଟ ସରକାରୀ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡିଟି ଖାରଖରା ନିକଟରେ ଖରାପ ହୋଇଥିବା ବେଳେ ଡ୍ରାଇଭର ପାର୍କିଂ କରି ଗାଡିର ଟାୟାର ଖରାପ ବଦଳାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା କାର୍ ଭାରସାମ୍ୟ ହରାଇ ପାର୍କିଂ ହୋଇଥିବା ଗାଡିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା।

ଅଧିକ ପଢ଼ନ୍ତୁ: ମରଣ ଯନ୍ତା ବସେଇ ଜଗିଛି ଯମ ! ଦୁର୍ଘଟଣାରେ ଯାଉଛି ଜୀବନ

କାରରେ ଥିବା ଲୋକମାନେ ଖାତୁ ଗାଁରୁ ଦିଲ୍ଲୀ ଫେରୁଥିଲେ। ତେବେ ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୨ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ସୋସାଇଟିରେ ରହୁଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ମମ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

Advertisment

Road Accident
Advertisment
Advertisment