• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୋରାପୁଟ ସଦର ଥାନା ପୋଡ଼ାଗଡ ଜାତୀୟ ରାଜପଥ ୩୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଲି ରାତିରେ ପୋଡ଼ାଗଡଠାରେ ଭାରସାମ୍ୟ ହରାଇ ଏକ ବସ୍ ପ୍ରଥମେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ଦୁଇରୁ ତିନିଥର ପଲଟି ମାରିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରୁ ୭ଟି ଆମ୍ବୁଲାନ୍ସ ସହ ଲକ୍ଷ୍ମୀପୁର ମେଡିକାଲରୁ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ।

ଅଧିକ ପଢ଼ନ୍ତୁ: ମୋବାଇଲ୍ ଫାଟିବା ପରେ ଜଳିଗଲା ଘର,୪ଭାଇଭଉଣୀ ଜୀବନ୍ତ ଦଗ୍ଧ

ସ୍ଥାନୀୟ ଲୋକଙ୍କ ସହାୟତାରେ କୋରାପୁଟ, ଲକ୍ଷ୍ମୀପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଡ୍ରାଇଭର ଜଣକ ମଦ୍ୟପାନ କରିବା ଦ୍ୱାରା ଏପରି ହୋଇଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ବସଟି ମାଲକାନଗିରିରୁ ବ୍ରହ୍ମପୁର ଆସୁଥିଲା ବୋଲି ସୂଚନା ମିଳିଛି ।