Advertisment

ମୋବାଇଲ୍ ଫାଟିବା ପରେ ଜଳିଗଲା ଘର...୪ଭାଇଭଉଣୀ ଜୀବନ୍ତ ଦଗ୍ଧ, ବାପା-ମା’ ଗୁରୁତର

ପ୍ରାଣ ହରାଇଥିବା ୪ଭାଇଭଉଣୀଙ୍କ ବୟସ ୧୦ବର୍ଷରୁ କମ୍। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Mobile Blast

Mobile Blast

ଚାର୍ଜରେ ଲଗାଯାଇଥିବା ବେଳେ ମୋବାଇଲ୍ ବିସ୍ଫୋରଣ। ନିଆଁ ଲାଗି ଜଳିଗଲା ଘର। ଏଥିରେ ୪ଭାଇଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମେରଟ୍ ପାଲ୍ଲାଭାପୁରମରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ।

Advertisment

ଗତକାଲି ଘରେ ମୋବାଇଲ ଫୋନ୍ ଚାର୍ଜରେ ଲାଗିଥିଲା। ଏହି ସମୟରେ ସର୍ଟସର୍କିଟ ହୋଇଥିବା ଅନୁମାନ କରାଯାଉଛି। ଏହାପରେ ହଠାତ୍ ଫୋନଟି ବିସ୍ଫୋରଣ ହେବା ପରେ ବେଡସିଟରେ ନିଆଁ ଲାଗିଯାଇଥିଲା। ଘରେ ଥିବା ୪ଭାଇଭଉଣୀ କିଛି ବୁଝି ପାରିନଥିଲେ। ହଠାତ୍ ନିଆଁ ଘରସାରା ବ୍ୟାପି ଯାଇଥିଲା।

ଏଥିରେ ପ୍ରାଣ ହରାଇଥିବା ୪ଭାଇଭଉଣୀଙ୍କ ବୟସ ୧୦ବର୍ଷରୁ କମ୍। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ମୃତକମାନେ ହେଲେ ୧୦ବର୍ଷୀୟା ସାରିକା, ୮ବର୍ଷୀୟା ନିହାରିକା, ୬ବର୍ଷୀୟ ସଂସ୍କାର ଓ ୪ବର୍ଷୀୟ ଶିଶୁ କାଳୁ। ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା ଜନି। ସେ ଆହତ ହୋଇଥିବା ଜଣାପଡିଛି। ସେହିପରି ତାଙ୍କ ସ୍ତ୍ରୀ ବବିତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

ଉଭୟ ଦିଲ୍ଲୀ AIIMSରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

Mobile Blast Fire Breaks Out
Advertisment
Advertisment