Advertisment

Three Dead in Baipariguda Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

ସୂଚନା ଅନୁସାରେ ନୟାଗଡ଼ର ଏକ ପରିବାର କାର୍ ଯୋଗେ ମାଲକାନଗିରି ଯାଉଥିଲେ। ଏହି ସମୟରେ ୩୨୬ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ କାରଟି ଭାରସାମ୍ୟ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା।

Advertisment

ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ଗୁରୁତରଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ୨ଜଣ ଙ୍କୁ ବୈପାରୀଗୁଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ୬ ଜଣ ଥିବା ଜଣାଯାଇଛି।

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

Koraput Road Accident
Advertisment
Advertisment