/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671177775.jpg)
Train Firemishap
ହଠାତ୍ ଯାତ୍ରୀବାହୀ ଟ୍ରେନ୍ରେ ଲାଗିଲା ନିଆଁ । କାରଣ ଜଣାପଡ଼ିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍ । ପୋଡ଼ି ପାଉଁଶ ହୋଇଗଲା ଟ୍ରେନ୍ର ଆସବାବ ପତ୍ର । ଝାରଖଣ୍ଡର ଧନବାଦ ଜିଲ୍ଲାରେ ଗତକାଲି ଘଟିଛି ଏଭଳି ଅଘଟଣ । ଧନବାଦ ଜିଲ୍ଲା ଝରିଆ ଅଞ୍ଚଳ ପଥରଡିହି ରେଲୱେଷ୍ଟସନ୍ରେ ଥିବା ସ୍ଟସନାରୀ ପାସେଞ୍ଜର ଟ୍ରେନ୍ରେ ଲାଗିଥିଲା ନିଆଁ । ଗୋଟିଏ ନୁହେଁ ଏକାଧିକ ବଗିକୁ ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା ।
ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି । ନିଆଁ ଲାଗିବାର ଖବର ପାଇ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ପ୍ରଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ଟି କିଛି ମାସ ହେବ ଷ୍ଟେସନରେ ଛିଡ଼ା ହୋଇ ରହିଥିଲା ।
ଅଧିକ ପଢ଼ନ୍ତୁ: ଷ୍ଟେସନ୍ରେ ଛିଡ଼ା ହୋଇଥିଲା ଟ୍ରେନ୍, ଅଚାନକ ଇଞ୍ଜିନ୍ରେ ଲାଗିଲା ନିଆଁ ! ଦେଖନ୍ତୁ ଭିଡିଓ..
ତେବେ ସବୁଠାରୁ ବଡ଼ କଥା ଏବଂ ଆଶ୍ଚର୍ଯ୍ୟକର କଥା ହେଲା ରେଳ ନିଆଁ ଲାଗିବ ଘଟଣା ଜାଣିବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ସତ ହେଲେ ସମସ୍ତେ କେବଳ ଛିଡ଼ା ହୋଇ ରହିଲେ । ଏମିତିକି ଅଗ୍ନିଶମ ବାହିନୀ ମଧ୍ୟ ସଠିକ୍ ସମୟରେ ପହଞ୍ଚି ନଥିଲା । ସମସ୍ତଙ୍କ ଆଖି ସାମ୍ନାରେ ଟ୍ରେନ୍ଟି ଜଳି ପୋଡ଼ି ପାଉଁଶ ହୋଇଗଲା ।
ଅନ୍ୟପଟେ ଏହି ଅଗ୍ନିକାଣ୍ଡ ପଛରେ କୌଣସି ଅସାମାଜିକ ବ୍ୟକ୍ତିର ହାତ ଥିବା କଥା ମଧ୍ୟ ସନ୍ଦେହ କରାଯାଉଛି । ହେଲେ ଏହି ଘଟଣାନେଇ କୌଣସି ରେଲୱେ ଅଧିକାରୀ ମନ୍ତବ୍ୟ ଦେଇ ନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)