• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ଟ୍ରେନ୍‌ ଟ୍ରାଇଭର । ଗନ୍ଦିଆ-ଝାରସୁଗୁଡା ପାସେଞ୍ଜର ଟ୍ରେନ୍ ଇଞ୍ଜିନ୍‌ରେ ଲାଗିଲା ନିଆଁ । ବ୍ରଜରାଜନଗର ଷ୍ଟେସନରେ ଛିଡା ହୋଇଥିବାବେଳେ ଇଞ୍ଜିନ୍‌ରେ ଲାଗିଲା ନିଆଁ । ତେବେ ଏହି ନିଆଁ ପାସେଞ୍ଜର ବଗି ଆଡ଼େ ମାଡ଼ି ନଥିବା ବେଳେ କେବଳ ଇଞ୍ଜିନ୍‌ରେ ଲାଗିଥିଲା । ଇଞ୍ଜିନ୍‌ ପାଖରେ ଥିବା ଟ୍ରେନ ଚାଳକ ସୁରକ୍ଷିତ ଥିବା ନେଇ ସୂଚନା ରହିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ କରୁଛି ଉଦ୍ୟମ । ତେବେ କାହିଁକି ନିଆଁ ଲାଗିଲା ଏହା ପଛରେ କାରଣ କ’ଣ ? ସେନେଇ କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏନେଇ ତଦନ୍ତ ପରେ ଜଣାପଡ଼ିବ । ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।