/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669125043.jpg)
Jajpur train mishap
ତିନି ମାସର ନିଷ୍ପାପ ପୁଅ ପାଖକୁ ଆଉ ତା ମାଆ ଫେରିବନି କି ରୋଗାକ୍ରାନ୍ତ ବୃଦ୍ଧ ସ୍ୱାମୀର ସେବା କରିବାକୁ ଆସିବନି ତା ସ୍ତ୍ରୀ । ଯାଜପୁର କୋରେଇ ଟ୍ରେନ୍ ଦୁର୍ଘଟଣା ପରିବାରଠାରୁ ସେମାନଙ୍କୁ ଛଡ଼ାଇ ନେଇଛି । ଏବେ ଘରେ ଖାଲି କାନ୍ଦ ବୋବାଳି । ମୃତକଙ୍କୁ ହରାଇ ସମସ୍ତଙ୍କ ଭିତରେ ଯେତିକି ଦୁଃଖ, ତାଠୁ ଅଧିକ ଚିନ୍ତା ଘାରିଛି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ତିନି ମାସର କଅଁଳ ଶିଶୁ ପାଇଁ ।
ତିନି ମାସର ନିଷ୍ପାପ ଶିଶୁ, ଏଇ କିଛି ଘଂଟା ତଳେ ମରଣମୁହଁରୁ ଫେରିଛି । ମୁଣ୍ଡ ଓ ମୁହଁ ସାରା ଏବେବି ତାଜା ରହିଛି କ୍ଷତ । ରହି ରହି ରଡ଼ି ଛାଡି କାନ୍ଦୁଛି । ସତେ ଯେମିତି କାନ୍ଦି କାନ୍ଦି ତା ମାଆକୁ ଡାକୁଛି । ହେଲେ ମାଆ କଣ ଆ ଫେରି ପାରିବ, ସେ ପରା ପାଲଟିଯାଇଛି ଅଫେରା ରାଇଜର ଯାତ୍ରୀ । ଯେଉଁଠୁ କେହି କେବେ ଫେରିନି .. ଆଖି ସାମ୍ନାରେ ସ୍ତ୍ରୀ ଓ ଶାଶୁଙ୍କୁ ହରାଇଥିବା ବଳରାମଙ୍କର ବି ଆଉ ବଳ ନାହିଁ ନିଜକୁ ସମ୍ଭାଳିବାକୁ । ସ୍ତ୍ରୀ କଣ୍ଢେଇ ସିନା ଚାଲିଯାଇଛି ହେଲେ କଣ୍ଢେଇ ଭଳି ଏଇ କୁନି ପୁଅକୁ ସମ୍ଭାଳିବ କିଏ, ସେହି ଚିନ୍ତାରେ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆତ୍ମହରା ହୋଇ ପଡୁଛନ୍ତି ଆତ୍ମୀୟ ,କାଲିଠୁ ଲୁହ ଶୁଖୁନି । ଟ୍ରେନ୍ ଦୁର୍ଘଟଣା ପରିବାରଠୁ ଛଡାଇନେଇଛି ମାଆ-ଝିଅଙ୍କୁ ।
ଅଧିକ ପଢ଼ନ୍ତୁ: ମୃତ୍ୟୁର କାଳ ଦଉଡ଼ିରେ ଚାପି ହୋଇଗଲେ ମାଆ-ଝିଅ; ବଞ୍ଚିଗଲା ଅଢ଼େଇ ମାସର ଶିଶୁ
ଏପଟେ ସ୍ୱାମୀ ବଳରାମଙ୍କ ଆଖି ସାମ୍ନାରେ ବାରମ୍ବାର ଆସିଯାଉଛି ଦୁର୍ଘଟଣା ସମୟର ଚିତ୍ର । କଟକ ଯାଇ ଚିକିତ୍ସା ପରେ ଭଲ ହୋଇଯିବ ସ୍ତ୍ରୀ, ସେହି ଆଶାରେ ଟିକେଟ୍ କରି ଷ୍ଟେସନ ବିଶ୍ରାମାଗାରରେ ବସାଇଥିଲେ ପତ୍ନୀ ଓ ଶାଶୁଙ୍କୁ । ପତ୍ନୀଙ୍କ ପାଇଁ ଆଣିବାକୁ ଯାଇଥିଲେ ଚା-ବିସ୍କୁଟ ।ହେଲେ ଫେରିବା ବେଳକୁ ସବୁ ସରିଯାଇଥିଲା । ତେବେ ସୌଭାଗ୍ୟବଶତ ବଂଚିଯାଇଛି ତିନି ମାସର ପୁଅ । ଦୁର୍ଘଟଣା ବେଳେ କଣ୍ଢେଇଙ୍କ ହାତରୁ ଛିଟିକି ଯାଇ ଖଣ୍ଡିଏ ଦୂରରେ ପଡିଥିଲା ଶିଶୁଟି,ଫଳରେ ବର୍ତ୍ତିଯାଇଥିଲା ତାର ଜୀବନ ।
କୋରେଇ ଫାଜଲପୁର ଅଂଚଳର ଏସକେ ମୋଇଙ୍କ ଘରେ ବି କାଲିଠୁ କମୁନି କାନ୍ଦ ବୋବାଳି । ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ରୋଜଗାରିଆ ମାଆଙ୍କୁ ଛଡାଇନେଇଛି । ୨୦ ବର୍ଷ ହେଲା ପାରାଲିସିସରେ ପୀଡିତ ଅଛନ୍ତି ସ୍ୱାମୀ । ଘରେ ଦୁଇ ଦୁଇ ଅବିବାହିତ ଝିଅ । ଏଭଳି ସ୍ଥିତିରେ ପରିବା ଦୋକାନ କରି ପରିବାର ପୋଷଣ କରୁଥିଲେ ଅବଜୁନ । ବିବି ଗତକାଲି ଭୁବନେଶ୍ୱର ବାହାରିଥିଲେ ଅସୁସ୍ଥ ସ୍ୱାମୀଙ୍କ ପାଇଁ ଔଷଧ ଆଣିବାକୁ, ହେଲେ ବିନା ଔଷଧରେ କୋରେଇ ଷ୍ଟେସନରୁ ଫେରିଥିଲା ଅବଜୁନଙ୍କ ମରଶରୀର ।
ଅସମୟରେ ଚାଲିଯାଇଥିବା ତିନି ତିନି ଜଣଙ୍କୁ ମନେ ପକାଇ ଝୁରି ହେଉଛନ୍ତି ପରିବାର । ଛଳ ଛଳ ଆଖିରେ କହୁଛନ୍ତି, ଆଉ କାହା ସହ ନଘଟୁ ଏଭଳି ହୃଦୟବିଦାରକ ଘଟଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)